STORYMIRROR

Goutam Mohanty

Romance

2  

Goutam Mohanty

Romance

ତୁମେ ମୋ ଜୀବନ

ତୁମେ ମୋ ଜୀବନ

1 min
187


ତୁମେ ମୋ ଜୀବନ ତୁମେ ମୋ ସପନ

   ତୁମେ ମୋ ମନର ମିତ,

ତୁମ ପ୍ରେମରଙ୍ଗ   ହୃଦୟରେ ମୋର

   ଗାଉଛି ପ୍ରେମର ଗୀତ।।

କୁଳୁକୁଳୁ ନାଦ    ପ୍ରେମର ସଙ୍ଗୀତ

    ବସନ୍ତେ କୋଇଲି ସ୍ୱର,

ଗୋଲାପ ବନର ଗୋଲାପ କଢ଼ି ମୋ

    ପରୀ ତୁମେ ସରଗର।।

ଗଜଗାମିନୀ ମୋ  ହୃଦୟ ଚୋରଣୀ

   ତୁମେ ମୋ କସ୍ତୁରୀ ମୃଗ,

ପଖେରହି ତୁମେ   ଜଗତେ ଖୋଜୁଛି

ତୁମସାଥେ ଲେଖା (ମୋର) ଭାଗ୍ୟ।।

ତୁମେ ମୋର ଶବ୍ଦ ତୁମେ ମୋ କବିତା

    ତୁମେ ମୋର ଅଭିଧାନ,

ତୁମରି ଭାବନା     ଶବ୍ଦ ଭରିଦିଏ

    ତୁମେ ମୋର ଏ ଜୀବନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance