STORYMIRROR

Mamatamanjari Das

Inspirational

5.0  

Mamatamanjari Das

Inspirational

ତୁମେ ମୋ ଈଶ୍ୱର

ତୁମେ ମୋ ଈଶ୍ୱର

1 min
259

ତୁମକୋଳେ ଯେବେ ଜନମ ନେଲି ମୁଁ

ଦେଇ କୁଆଁ କୁଆଁ ରାବ

ସେହି ଦିନଠାରୁ ତୁମେ ମୋ ଈଶ୍ବର

ତୁମ ସହ ମୋର ଭାବ।


ମୂର୍ତ୍ତିର ଭିତରେ ଦେଖିନି ଠାକୁର

ଦେଖିଛି ମୁଁ ତୁମ ଭିତରେ

ତୁମେ ଦୁହେଁ ମୋର ଜୀବନ୍ତ ଈଶ୍ୱର

ଛାଇ ପରି ଥାଅ ସାଥିରେ।


ବିପଦଟା ଯେବେ ଆସେ ମୋ ପାଇଁ

ବାପା ହୋଇଯାନ୍ତି ଠିଆ

ଆଖିରେ ଆଖିଏ ଲୁହକୁ ଲୁଚାଇ

ଦିଅଁଙ୍କ ପାଖରେ ବସିରହିଥାଏ ମାଆ ।


ଏହିଭଳି ଭାବ ତୁମ ଦୁହିଁଙ୍କର

ମୋ ଲାଗି ସଦା ଥାଉ

ଜୀବନର ଶେଷ ମୁହୂର୍ତ୍ତରେ ମୋର

ତୁମ ଛବି ଦେଖି ଆତ୍ମା ମୋର ମୁକ୍ତି ପାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational