STORYMIRROR

Binodini Dash

Romance

4  

Binodini Dash

Romance

ତୁମେ ମୋ ଆଖିରେ ସତ ସପନ

ତୁମେ ମୋ ଆଖିରେ ସତ ସପନ

1 min
342


ତୁମେ ମୋ ଆଖିର ସତ ସପନ

ତୁମ ହାତଧରି କାଟଇ ଦିନ

ଯାହା ଚାହିଁଥାଏ ଯେବେ ଖୁସିରେ ଖୁସିରେ ତୁମେ

କରିଥାଅ ପ୍ରିୟତମ ସବୁ ପୂରଣ ।


ଏତେ ସୁଖ ଲେଖା ସତେ ଅଛି ବୋଲି ମୋର ଭାଗ୍ୟେ

ଜାଣି ମୁଁ ନଥିଲି ଲବେ ଆଜି ନୟନ ପଲକେ

ସୌଭାଗ୍ୟବତୀ କେତେ କହଇ ମନ ।


ଆମ ସମ୍ପର୍କ ସୌଧ ପ୍ରେମ-ଧନର ବିଭବେ

ଦିଶୁଥାଉ ଚିକିମିକି ଦିନ ଯାଉଥାଉ ଶୁଭେ

ମଧୁରତା ଭରି ରହିଥାଉ ଜୀବନ ।


ବିଭୁ ପାଶରେ ବିନତୀ ତୁମଠି ଭରି ଶକତି

ସୁସ୍ଥ ରଖି ଦେହ ମନ ସୁପଥେ କରାଇ ଗତି

ବାନ୍ଧି ରଖିଥାନ୍ତୁ ସଦା ଦୁଇଟି ମନ ।


ଶଙ୍ଖା ସିନ୍ଦୂର ମୋହର ରହିଥିବ କି ବଜ୍ର

ଏ ଶେଷ ସପନ ସତେ ସତରେ କି ରୂପାନ୍ତର

ଭକତି ଅର୍ଘ୍ୟରେ ବାଢ଼େ ଏତିକି ପ୍ରଶ୍ନ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance