Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

GAGAN KUMAR DASH

Inspirational

4  

GAGAN KUMAR DASH

Inspirational

ତୁମେ କିନ୍ତୁ ନ ଥିବ

ତୁମେ କିନ୍ତୁ ନ ଥିବ

1 min
206



ପୃଥିବୀରେ ଯାହା ଘଟୁଛି

ତୁମେ ତାକୁ ଘଟାଉଛ

ପୃଥିବୀର ବିଘଟନ ପାଇଁ

ତୁମେ ହିଁ ଦାୟୀ ।


ପୃଥିବୀର ଅନ୍ଧାର ଓ ଆଲୋକରେ

ତୁମେ ତା'ର ସତ୍ତା ହିଁ ଖୋଜୁଛ

ପୃଥିବୀର ଶୁଷ୍କ ଓ ଆର୍ଦ୍ରତାରେ

ତୁମେ ହିଁ ବଢୁଛ ।


ପୃଥିବୀ ଯାହା ହେଉ ପଛେ

ତୁମର ଯାଏ ଆସେ କେତେ

ତାକୁ ତୁମେ ନିର୍ମମ ଆଘାତ କରୁଛ

ଅନ୍ଧାର ଭିତରେ ତମେ

ଯାହା କରୁଛ

ସବୁ ସେ ଦେଖୁଛି / ସହୁଛି

ଯେହେତୁ 

ସେ ମାଆ, ସର୍ବସଂହା, ଧରିତ୍ରୀ

ସବୁ ସହି ଯାଉଛି ।


ଯେଉଁ ଦିନ ବିମୁଖ ହେବ

ସେହିଦିନ ତୁମ ସତ୍ତା ଲିଭିଯିବ

ପ୍ରଳୟ ହୋଇବ

ନୂତନ ସୃଷ୍ଟିଟିଏ ହେବ

ତୁମେ କିନ୍ତୁ ନ ଥିବ ।




Rate this content
Log in