STORYMIRROR

Kamal Kumar Dash

Inspirational Abstract

2  

Kamal Kumar Dash

Inspirational Abstract

ତୁମେ କହୁଥାଅ

ତୁମେ କହୁଥାଅ

1 min
13.7K


ତୁମେ କହୁଥାଅ        ସପନ ଦେଖିବା       ବୟସ ଯାଇଛି ଚାଲି

ହେଲେ ମୋ ସପନେ  ଆଉ କେହି ନହିଁ      ଦେଖାଯାଅ ତୁମେ ଖାଲି ।୧

ତୁମେ କହୁଥାଅ         ବର୍ଷାରେ ଭିଜିବା     ସମୟ  ଯାଇଛି ଚାଲି  

ହେଲେ ମୁଁ ଚାହୁଁଛି      ତୁମରି ସଥୀରେ      ଭିଜିବାକୁ ଏଠି ଖାଲି ।୨

 ତୁମେ କହୁଥାଅ        ତୁମରି ଜୀବନେ      ସପଳତା  କିଛିନାହିଁ 

ହେଲେ ମୋ ଜୀବନେ  ତୁମେ ପାଇବାଠୁ      ସପଳତା  କିଛିନାହିଁ ।୩

ପଛ କଥା ସବୁ         ପଛରେ ପକାଇ       ସମ୍ପର୍କକୁ ମାନ ଦେବା

ଟିକିଏ କଥାରେ        ରାଗିବାନି କେବେ     ହସି ସବୁ ଭୁଲିଯିବା ।୪

 ଜୀବନ ନଈର        ପ୍ରଖର ସ୍ରୋତରେ      ଦୂଇଟି ପତର ଆମେ

ଏକାଠି ଚାଲିବା        ଖୁସିରେ ରହିବା        ଏଇ ତ ଜୀବନ ମାନେ ।୫


Rate this content
Log in

Similar oriya poem from Inspirational