STORYMIRROR

Rama chandra Pradhan

Romance

2  

Rama chandra Pradhan

Romance

ତୁମେ କହିଲେ...

ତୁମେ କହିଲେ...

1 min
458

ତୁମେ କହିଲେ

ମୁଁ ସାଗର ଠୁ ନୀଳିମା ଆଣି 

ତୁମ ଆଖିରେ ଲେସି ଦେବି

ତୁମେ କହିଲେ

ମୁଁ ଇନ୍ଦ୍ରଧନୁ ଠୁ ରଙ୍ଗ ଆଣି 

ତୁମ ଦେହରେ ବୋଳି ଦେବି

ତୁମେ କହିଲେ

ମୁଁ ବାଦଲ ଠୁ ବର୍ଷା ଆଣି 

ତୁମ ଅଗଣାରେ ଢାଳି ଦେବି

ତୁମେ କହିଲେ

ମୁଁ ଆକାଶ ଠୁ ତାରା ଆଣି 

ତୁମ ହସ୍ତରେ ତୋଳି ଦେବି

ତୁମେ କହିଲେ

ମୁଁ କୁବେର ଠୁ ଧନ ଆଣି 

ତୁମେ ପାଦେ ଅଜାଡି ଦେବି

ତୁମେ କହିଲେ

ମୁଁ ମୋନାଲିସା ଠୁ ହସ ଆଣି 

ତୁମ ଓଠେ ଫୁଟାଇ ଦେବି

ତୁମେ କହିଲେ

ମୁଁ ମୟୁର ଠୁ ଚନ୍ଦ୍ରିକା ଆଣି 

ତୁମ ଗଭାରେ ଖୋସି ଦେବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance