STORYMIRROR

Titu Sahu

Classics

3  

Titu Sahu

Classics

ତୁମେ ଜହ୍ନର ପ୍ରେମିକା

ତୁମେ ଜହ୍ନର ପ୍ରେମିକା

1 min
244


ପୂର୍ଣ୍ଣିମା ଶୀତ ରାତି

ଜହ୍ନ ତୁମ ପାଖକୁୁ ଆସି ଥାଏ ନିତି।

ଲୁଚି ଏକା ଏକା

ଜହ୍ନ ସହିତ କରି ଥାଅ ଦେଖା।

ତୁମେ ଜହ୍ନର ପ୍ରେମିକା।..........



ଯେବେ ଜହ୍ନ ଆସେ

ପହଞ୍ଚି ଯାଅ ତୁମେେ ତାହାର ପାଶେ ।

ଡେଇଁ ସବୁ ରେଖା

ବାନ୍ଧି ଥାଅ ତୁମେେ ତାହା ସାଥେ ସଖା।

ତୁମେ ଜହ୍ନର  ପ୍ରେମିକା............



ହୋଇଛ ସଜ  ବାଜ

ବୁଲି ଯିବ  କେବେ ଜହ୍ନ ରାଇଜ?

କିଣିିିିଛି ସେ ସଙ୍ଖା

ଦେବ ତୁମକୁ ହେଲେ ଦେଖା।

ତୁମେ ଜହ୍ନର  ପ୍ରେେମିକା..........



ଦେଇ ନାଲି ସିନ୍ଦୂର

କରିବ  ତୁମକୁ ସେ ନିଜର।

ଥିଲା ଭାଗ୍ୟ ଲେଖା

ହେଲ ତୁମେ ଜହ୍ନର ନାୟିକା

ତୁମେ ଜହ୍ନର  ପ୍ରେମିକା.............।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics