STORYMIRROR

Minati Rath

Inspirational

4  

Minati Rath

Inspirational

ତୁମେ ଈଶ୍ୱର- ସାରା ବିଶ୍ୱର

ତୁମେ ଈଶ୍ୱର- ସାରା ବିଶ୍ୱର

1 min
424

ତର୍କ ଠାରୁ ତୁମେ ବହୁତ ଦୁରରେ

ରହିଅଛ ଯେବେ ବିଶ୍ୱାସରେ

କାହିଁକି କେଜାଣି ସେ ବିଶ୍ୱାସ ନାମେ

ତର୍କ ହୁଏ ପ୍ରତି ନିଶ୍ୱାସରେ


ତୁମେ ଅଯୋଧ୍ୟାରେ ଅବା ବଦ୍ରିକାରେ

ତୁମେ ରୋମ୍ ରେ କି ଜେରୁଜେଲମ୍ ରେ

ଅବା ଅଛ ତୁମେ ମକ୍କା ମଦିନାରେ

ଏଠି ତର୍କ ହୁଏ ଏଇ ବାହାନାରେ


ତୁମେ ଗିର୍ଜାରେ ଅବା ଗୁରୁଦ୍ୱାରେ

ରୁହ ମନ୍ଦିରେ କି ମସଜିଦରେ

ତୁମେ ସର୍ବବ୍ୟାପୀ ବୋଲି ଜାଣି ବି ମଣିଷ

ଖୋଜେନି ତୁମକୁ ହୃଦୟରେ


ବିଶ୍ବାସକୁ ଏଠି ବାହାନା କରି ତ

ଧର୍ମ ନାମେ ଚାଲେ ଛଳନା

ହିଂସା ଦ୍ବେଷ ଏଠି ଦଙ୍ଗା ରୂପ ନିଏ

ଏକଥା କି ତୁମେ ଜାଣନା?


ହେ ଈଶ୍ୱର, ଜଗଦୀଶ୍ୱର

ଏଇ ତର୍କ, ବିତର୍କରୁ ରକ୍ଷାକର

ପ୍ରତି ହୃଦୟରେ ବିରାଜିଛ ଯଦି

ପ୍ରତି ଅନ୍ତରକୁ ଶୁଦ୍ଧ କର

ଏ କଳିକାଳରେ ତୁମ ଶ୍ରୀହସ୍ତରେ

ତର୍କ ରାକ୍ଷସକୁ ବଧ କର

ଆଉ ପ୍ରତି ଅନ୍ତରକୁ ଶୁଦ୍ଧ କର


ରୂପ ଆଲ୍ଲାଙ୍କର ଅବା ଯୀଶୁଙ୍କର

ଅବା ହୁଅ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର

ତୁମେ ଗୁରୁ ରୂପେ ଅବା ଜ୍ଞାନ ରୂପେ

ଆସି ବୀଜ ରୋପିଦିଅ ବିଶ୍ୱାସର


ଥରଟିଏ ପୁଣି ଅବତାର ନିଅ

ମଣିଷ ଜାତିକୁ ଏକ କରିଦିଅ

କହିଦିଅ ଥରେ ତୁମ ଶ୍ରୀମୁଖରେ

"ଧର୍ମର ନୁହେଁ କି ଜାତିର ନୁହେଁ

ମୁଁ ଈଶ୍ୱର - ସାରା ବିଶ୍ୱର" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational