ତୁମେ ଈଶ୍ୱର- ସାରା ବିଶ୍ୱର
ତୁମେ ଈଶ୍ୱର- ସାରା ବିଶ୍ୱର
ତର୍କ ଠାରୁ ତୁମେ ବହୁତ ଦୁରରେ
ରହିଅଛ ଯେବେ ବିଶ୍ୱାସରେ
କାହିଁକି କେଜାଣି ସେ ବିଶ୍ୱାସ ନାମେ
ତର୍କ ହୁଏ ପ୍ରତି ନିଶ୍ୱାସରେ
ତୁମେ ଅଯୋଧ୍ୟାରେ ଅବା ବଦ୍ରିକାରେ
ତୁମେ ରୋମ୍ ରେ କି ଜେରୁଜେଲମ୍ ରେ
ଅବା ଅଛ ତୁମେ ମକ୍କା ମଦିନାରେ
ଏଠି ତର୍କ ହୁଏ ଏଇ ବାହାନାରେ
ତୁମେ ଗିର୍ଜାରେ ଅବା ଗୁରୁଦ୍ୱାରେ
ରୁହ ମନ୍ଦିରେ କି ମସଜିଦରେ
ତୁମେ ସର୍ବବ୍ୟାପୀ ବୋଲି ଜାଣି ବି ମଣିଷ
ଖୋଜେନି ତୁମକୁ ହୃଦୟରେ
ବିଶ୍ବାସକୁ ଏଠି ବାହାନା କରି ତ
ଧର୍ମ ନାମେ ଚାଲେ ଛଳନା
ହିଂସା ଦ୍ବେଷ ଏଠି ଦଙ୍ଗା ରୂପ ନିଏ
ଏକଥା କି ତୁମେ ଜାଣନା?
ହେ ଈଶ୍ୱର, ଜଗଦୀଶ୍ୱର
ଏଇ ତର୍କ, ବିତର୍କରୁ ରକ୍ଷାକର
ପ୍ରତି ହୃଦୟରେ ବିରାଜିଛ ଯଦି
ପ୍ରତି ଅନ୍ତରକୁ ଶୁଦ୍ଧ କର
ଏ କଳିକାଳରେ ତୁମ ଶ୍ରୀହସ୍ତରେ
ତର୍କ ରାକ୍ଷସକୁ ବଧ କର
ଆଉ ପ୍ରତି ଅନ୍ତରକୁ ଶୁଦ୍ଧ କର
ରୂପ ଆଲ୍ଲାଙ୍କର ଅବା ଯୀଶୁଙ୍କର
ଅବା ହୁଅ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର
ତୁମେ ଗୁରୁ ରୂପେ ଅବା ଜ୍ଞାନ ରୂପେ
ଆସି ବୀଜ ରୋପିଦିଅ ବିଶ୍ୱାସର
ଥରଟିଏ ପୁଣି ଅବତାର ନିଅ
ମଣିଷ ଜାତିକୁ ଏକ କରିଦିଅ
କହିଦିଅ ଥରେ ତୁମ ଶ୍ରୀମୁଖରେ
"ଧର୍ମର ନୁହେଁ କି ଜାତିର ନୁହେଁ
ମୁଁ ଈଶ୍ୱର - ସାରା ବିଶ୍ୱର" ।
