ତୁମେ ବେଳାଭୂଇଁ
ତୁମେ ବେଳାଭୂଇଁ
ତୁମେ ବେଳାଭୂଇଁ ବାଲୁକାଶଯ୍ୟା ଲୋ
ମୁଁ ନୀଳ ସାଗର ଢେଉ
ପ୍ରତି ମୂହୂର୍ତ୍ତରେ ତୁମକୁ ଛୁଇଁ ମୁଁ
ଢାଳୁଥାଏ ପ୍ରୀତି ମହୁ ।
ଆଙ୍କି ଦେଉଥାଏ ମଧୁର ଚୁମ୍ବନ
ତୁମ ଗଣ୍ଡଦେଶ ଛୁଇଁ
ମତୁଆଲା ହୁଏ ତୁମରି ପରଶେ
ଭିଜା ଭିଜା ମନ ନେଇ ।
ତୁମପାଇଁ ନିତି ସପନ ସଜାଏ
ମାନେ ନାହିଁ ଦିନ ରାତି
ତୁମରି ସ୍ପର୍ଶରେ ଶିହରି ଉଠେ ମୁଁ
ଚହଲି ଯାଏ ମୋ ଛାତି ।
ମନରେ ତୁମର ଯେତେ ଅବସୋସ
'ଯେତେ ଯେତେ ଅଭିମାନ
ଅତି ଯତନରେ ଲିଭାଇ ଦିଏ ମୁଁ
ତୁମଦେହ ପାଦଚିହ୍ନ ।
ମୋ ସହ ତୁମର ଭାବର ବନ୍ଧନ
ସରଜିଛି ବୋଲି ବିହି
ସେଥିପାଇଁ ସଖୀ ପ୍ରତି ମୂହୂର୍ତ୍ତରେ
ତୁମକୁ ଦିଏ ମୁଁ ଛୁଇଁ ।

