STORYMIRROR

SIPRA NAMTA

Romance

3  

SIPRA NAMTA

Romance

ତୁମେ ଅଛ ବୋଲି

ତୁମେ ଅଛ ବୋଲି

1 min
13.6K


ତୁମେ ଅଛ ବୋଲି 

               ସିପ୍ରା ନାମତା (ନମ୍ରତା )

ତୁମେ ଅଛ ବୋଲି,,

ଉଷ୍ଣତା ର କମ୍ପନ୍ନ ଅଛି ମୋ ସ୍ନାୟୁରେ

ମନ ଭିତରୁ ଚେଇଁ ଉଠୁଥିବା 

ରାକ୍ଷସ ପଣିଆ ବି ମଉଳିଯାଏ

ଉର୍ଦ୍ଧ୍ବରେତା ମଣିଷଟି କେତେବେଳେ

ହୋଇଯାଏ ଦେବତାରେ ରୂପାନ୍ତର

ଅବାସ୍ତବ ଅନୁଭବର କାଉଁରୀ ସ୍ପର୍ଶ ରେ ।।

ତୁମେ ଅଛ ବୋଲି ,,

ଛାତିତଳେ ସ୍ପନ୍ଦନ ଖେଳୁଛି ହୃଦୟ ଯନ୍ତ୍ରରେ

ସନ୍ଦେହର ଘନ କୁହେଳିକାରୁ ମୁକ୍ତ ହୋଇ

ଭଲପାଇବାର ଗଭୀର ଅନ୍ତର୍ମୁଖୀ ଇଚ୍ଛାରେ

କେତେବେଳେ ପାଲଟିଯାଏ ମାନବୀ ରୁ ଦେବୀ

କଳ୍ପନାର ଅମୁହାଁ ଦେଉଳେ ।।

ତୁମେ ଅଛ ବୋଲି ଜଳିବାକୁ ଭଲଲାଗେ 

ଦୁଃଖର ଦହନରେ 

ଅନୁରାଗର ଅଶ୍ରୁ ସିକ୍ତ ନୟନରେ

ଅନନ୍ତରୁ ଅନନ୍ତ ଯୁଗ ପର୍ଯ୍ୟନ୍ତ 

କରିବାକୁ ଚାହେଁ ପ୍ରତୀକ୍ଷା 

ସାଜିବାକୁ ପାଷାଣୀ ଏ ଅସରନ୍ତି ପଥେ। ।।

ତୁମେ ଅଛ ବୋଲି ,,

ମଧୁସ୍ୱନ ବାଜିଉଠେ ମନ ବୀଣା ଝଙ୍କାରରେ

ତନ୍ଦ୍ରାୟିତ ମନ ତଳେ ଶିହରିତ ପୁଲକ ରେ

ସାନ୍ନିଧ୍ୟର ଆବେଗ ଯେ ତୋଳିଧରେ ମୂର୍ଚ୍ଛନା

ନିର୍ବାଣ ବି ହାରେ ଏଠି, ମୋକ୍ଷ୍ୟ ଲୋଡା ହୁଏନା 

ଯେତେ ସବୁ ଭଙ୍ଗା, ଗଢା ଖେଳ ଏଠି ହୁଏରେ। ।।


Rate this content
Log in

Similar oriya poem from Romance