STORYMIRROR

Goutam Mohanty

Romance

3  

Goutam Mohanty

Romance

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
240


କେତେ ବା ଆଉ ସହିବି

ବିରହ ବେଦନା

ଏଇ ହୃଦୟ ମୋର

ଭଙ୍ଗି ଚୁର୍ମାର ହେଲାଣି

ପ୍ରତୀକ୍ଷା ର ବିଷକୁ 

ପିଇ ପିଇ ମୁଁ ଏବେ 

ପାଲଟି ଗଲିନି  

ବିଷ ବୃକ୍ଷ ଟିଏ

 ପାଇବାର ଆଶାରେ 

ହରେଇଲିଣି

ଅନେକ ରାତିର ନିଦ

ସ୍ବପ୍ନ ର ତଣ୍ଟି ଚିପି

ପାଲଟିଗଲିଣି ଅପରାଧି

ଆଉ ବା କେତେ ସହିବି

ତୁମର ମୋର ଦୂରତା

ହୃଦୟ ର କଥାକୁ ଲୁଚାଇ ରଖି

ଆଉ ଲେଖି ପାରିବିନି କବିତା ପ୍ରେମ ର

ପୁରୁଣା ଗୀତ ସେ କବିତା

ଏବେ ମୋତେ ଉପହାସ କଲାଣି

ମିଛୁଆ ପ୍ରେମିକ ତୁମେ  

ଆଉ ବା କେତେ ସହିବି

ବିରହ ବେଦନା...


Rate this content
Log in

Similar oriya poem from Romance