STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ତୁମେ ଆସିଲ

ତୁମେ ଆସିଲ

1 min
204

ଜୀବନରେ ଛାଇ ଆଲୁଅର ଖେଳ ଶେଷ ହେବା ପରେ

ଅସୁମାରୀ ସପ୍ନ ସମ୍ଭାର ଭାଙ୍ଗି ଯିବା ପରେ

ବିରହ ବେଦନାରେ ଜର୍ଜରିତ ମନଟା ମରିଯିବା ପରେ

                       ତୁମେ ଆସିଲ

ରାତ୍ରିର ସବୁ ସୁନେଲି ସପ୍ନ ଭାଙ୍ଗି ଚୁରମାର ହେବା ପରେ

ଅପେକ୍ଷାର ଜହ୍ନ ରାତି ବିତିଗଲା ପରେ

ଉତ୍ତାଳ ତରଙ୍ଗରେ କେତେ ଜୁଆର ଭଟ୍ଟାରେ

ଉତ୍ଥାନ ପତ୍ତନ ପରେ

        .             ତୁମେ ଆସିଲ

ଵିନିଦ୍ରିତ ନୟନ ଯୁଗଳ ସବୁଦିନ ପାଇଁ ଶୋଇଯିବା ପରେ

କବରୀରେ ଶାନ୍ତି ନିଦ୍ରା ଯିବା ପରେ

                         ତୁମେ ଆସିଲ

ରକ୍ତ ଗୋଲାପର ପେନ୍ଥାଟିଏ ନେଇ

ମର ଶରୀରର ଶାନ୍ତି କାମନା ନିମନ୍ତେ

                         ତୁମେ ଆସିଲ

ବୁଝିବାକୁ କେବେ ଚେଷ୍ଟା କଲନି

ତିଳ ତିଳ ହୋଇ ବଂଚିଥିବା ଜୀବଟିକୁ

ଏତେ ଦିନର ରାଗ ଅଭିମାନକୁ ଭାଙ୍ଗି ଦେଇ

ଶପଥ କରିନେଲ ଆର ଜନ୍ମରେ

ଆଉ ଏ ଭୁଲ ନ କରିବାକୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy