ତୁମ ସ୍ମୃତି
ତୁମ ସ୍ମୃତି
ହୃଦୟ ମୋହର ଭାଙ୍ଗିଦେଇ ତୁମେ
ପ୍ରତାରଣା ତୁମେ ଦେଲା ,
ସପନକୁ ମୋର ବିଖଣ୍ଡିତ କରି
ଆଶାକୁ ମୋ ଚୁନା କଲ ।
ଯାତନା ଜ୍ବାଳାରେ ଜଳୁଛି ଆଜି ମୁଁ
ତୁମ ପ୍ରତାରଣା ପାଇ ,
ଦିଗ ହରା ହୋଇ ଘୁରି ବୁଲେ ଆଜି
ତୁମରି ସ୍ମୃତିକୁ ନେଇ ।
ବଞ୍ଚିଛି ଆଜି ମୁଁ ତୁମ ସ୍ମୃତି ପାଇଁ
ଶେଷ ଯାଏ ଝୁରୁଥିବି,
ପ୍ରତାରଣା ତୁମେ ଦେଇଅଛ ବୋଲି
କାହାକୁ ମୁଁ ନ କହିବି ।
କାହିଁ ଗଲ ପ୍ରିୟା ମୋତେ ଛାଡ଼ି ତୁମେ
ଦେଇଗଲ ତୁମେ ଦୁଃଖ,
କାହାକୁ ଆଶରା କରିବି ଯେ ଆଉ
ପାଇବା ପାଇଁକି ସୁଖ ।
ଠାକୁରଙ୍କ ପାଶେ କରୁଅଛି ଅଳି
ଏତିକି ମିନତୀ କରେ ,
ଯେଉଁଠି ବି ଥାଅ ଯେମିତି ବି ଥାଅ
ସଂସାର କର ସୁଖରେ ।
