STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ତୁମ ପରି ଜଣେ

ତୁମ ପରି ଜଣେ

1 min
306

ଲୋଭ ମୋହ ମାୟା ଈର୍ଷା ଓ ସ୍ନେହ ଶ୍ରଦ୍ଧାର ବର୍ଷା

ଏ ସବୁର ମିଶ୍ରଣ ଆଉ କେତେ ଆକର୍ଷଣ ବିକର୍ଷଣ

କେବେ ଆଖି କେବେ ଦେହ ପୁଣି ମନର ସମ୍ମୋହନ

ଏମାନଙ୍କ ସମ୍ମିଳନୀ ଯଜ୍ଞରୁ ଜାତ ମୁଁ ଓ ମୋ ଆଗମନ

ମଣିଷଟେ ତୁମପରି ଅଛି ଲୟ ଭୟ ଦ୍ୱନ୍ଦ୍ୱ ସଂଶୟ

କିଛି କିଣେ କିଛି ବିକେ, କିଛି କହେ ଓ କିଛି ଶୁଣେ

ମୁଁ ପରା ମଣିଷ ତୁମପରି ଜଣେ... (୧)

ଅଛି ରାଗ ଅନୁରାଗ ବିରାଗ ଯୋଗ ଓ ବିୟୋଗ

ଲୁହ ହସ କାନ୍ଦ ହର୍ଷ ଟିକେ ଅବସାଦ ଓ ବିଷାଦ ମଧ୍ୟ

ଭାବ ସ୍ୱଭାବ କୁଭାବ ପ୍ରଭାବ ଓ ଅଛି ଟିକେ ଭକ୍ତିଭାବ

ଜୀବଟିଏ ତୁମପରି ନିଃଶ୍ୱାସ ପ୍ରଶ୍ୱାସେ ଜୀବନଟା

ରଙ୍ଗ ବେରଙ୍ଗର ମିଳନ ମନ ଶରୀରରେ ଜ୍ୱଳନ

ପ୍ରେମ ବିଶ୍ୱାସ ଭରସା ସହ ସମୟ ପ୍ରତାରଣା ବୁଣେ

ମୁଁ ପରା ମଣିଷ ତୁମପରି ଜଣେ... (୨)

ଅଛି ମାନ ଅଭିମାନ ସମ୍ମାନ ଆଉ ଟିକେ ସ୍ୱାଭିମାନ

ତୁମପରି ଭଲପାଏ ମାଟି ଆକାଶ ଓ ସୁନୀଳ ଗଗନ

ଫୁଲ ପତ୍ର କଣ୍ଟା ସବୁ ମନେ ବାଲି ଗୋଡ଼ି କାଦୁଅ ବି

ଦେଖିଛି ଅଭାବ ଜଳପୂର୍ଣ୍ଣ ନଦୀ ବୁଡ଼ିଯାଉଥିବା ନାବ

ନନାବୋଉ ପରିବାର ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥୀ

କେବେ କଳି କେବେ ମିଠା ଅମ୍ଲାନ ପ୍ରୀତି ସ୍ମରଣେ

ମୁଁ ପରା ମଣିଷ ତୁମ ପରି ଜଣେ... (୩)

ଏ ମନଟା ଭଲମନ୍ଦ ପାପ ପୂଣ୍ୟର ଛୋଟ ଘର

ଚାଖିଛି ସ୍ଥିତି ପରିସ୍ଥିତି ଦୁଃସ୍ଥିତିର ଲୁଣିଜଳ ସ୍ୱାଦ

ଦେଖିଛି ସମାଜେ କେତେ ବାଦ ପ୍ରଭେଦ ବିଭେଦ

ଗାଁ ନଈ ପାହାଡ଼ର ଗୀତ ବି ଶୁଣିଛି ଗାଇଛି ତୁମ ପରି

ବିଦ୍ୟାଳୟ ଶ୍ରେଣୀଗୃହ ଗୁରୁଙ୍କର କେତେ ଆଦର ସ୍ନେହ

ସବୁ ପାଇଛି ବାରବାର ଗୁଞ୍ଜରିତ ହେଉଥାଏ ଏହି କର୍ଣ୍ଣେ

ମୁଁ ପରା ମଣିଷ ତୁମ ପରି ଜଣେ... (୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational