STORYMIRROR

Writer Roja Panda

Inspirational

4  

Writer Roja Panda

Inspirational

ତୁମ ପରି ଦିନେ ହେବି ମୁଁ

ତୁମ ପରି ଦିନେ ହେବି ମୁଁ

1 min
144


ମଦର୍ ଟେରେସା ,ମଦର୍ ଟେରେସା

ତୁମ ପରି ଦିନେ ହେବି ମୁଁ

କୋଟି ଜନ ମାନସ ଆଖିରେ

ଜହ୍ନ ହୋଇ ଦିନେ ଥିବି ମୁଁ  ।।

ଦିନ ଦୁଃଖିଙ୍କର ସେବା କରିବାକୁ

ହୋଇବି ମୁଁ ଆଗଭର

ସେଥିପାଇଁ ମୋର ମନରେ ଟିକେ ବି 

ନରଖିବି ଅହଂକାର ।।

ଅସହାୟଙ୍କର ସେବା ମୁଁ କରିବି

ମୋର ଏଇ ଟିକି ହାତରେ

ଦେଶବାସୀ ଦିନେ ଗରବ କରିବ

ଦେଖି ମୋ ନିଷ୍କପଟ ସେବାରେ ।।

ମଦର୍ ଟେରେସା, ମଦର୍ ଟେରେସା

ତୁମପରି ଦିନେ ହେବି ମୁଁ

କୋଟି ଜନ ମାନସ ଆଖିରେ

ଜହ୍ନ ହୋଇ ଦିନେ ଥିବି ମୁଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational