STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

ତୁମ ପ୍ରେମ ରେ

ତୁମ ପ୍ରେମ ରେ

1 min
153

ଅଳପ ବୟସେ ଏତେ ପ୍ରେମ ଦେଲ 

କେଉଁଠି ରଖିବି କୁହ 

ଆୟୁଷ ବୁଝୁନି ସମ୍ପର୍କ ର ମୂଲ୍ୟ 

ତୁଟାଏ ମନରୁ ମୋହ...


ହାତ ଧରି କହେ ବୟସ କୁ ମୁହିଁ  

ଥରୁଟେ ସେଇଠି ରୁହ

ଅଭିମାନୀ କାଳ ଝାଡେ ତୀକ୍ଷ୍ଣ ସ୍ୱର

ପିଇଯା ଆଖିର ଲୁହ...


ମୁଁ ନୁହେଁ କାହାର କେନୁହେଁ ମୋହର

ମୁହିଁ ସର୍ବ ବଳୀୟାନ 

ଦି ଦିନ କୁଣିଆ ଜୀବନ ଟି ତୋର

ତଥାପି ଉଡାଉ ମନ...


ଭାଙ୍ଗି ପଡେ ଇଛା ସମୟ ଆଗରେ

ପଡି ଉଠି ପୁଣି ଚାଲେ

ସବୁ ସ୍ୱପ୍ନ ମୋର ଭ୍ରମର ପରାୟେ  

ଉଡନ୍ତି ପ୍ରେରଣା ଫୁଲେ...


ସାଉଣ୍ଟି ଧରୁଛି ପ୍ରେମର କଣିକା 

ତୁମ ପାଦ ଚିହ୍ନ ଯାଏଁ 

କେତେ ଯେ ବୁଣିଛ ଅସରନ୍ତି ସ୍ନେହ 

ସଞ୍ଚି ପାରୁନି ମୁଁ ହାଏ...


ଅଳପ ନିଦରେ ଏତେ ସ୍ୱପ୍ନ ଦେଲ

କେମିତି ଶୋଇବି କୁହ 

ଜାଗ୍ରତେ-ସପନେ ତୁମେ ଆସ ନିତି

ହେଲେ

ଥରୁଟେ କେବେ ନଛୁଅଁ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance