STORYMIRROR

Sruti Nayak

Romance

4  

Sruti Nayak

Romance

ତୁମ ପ୍ରେମ ମୋ ପାଇଁ......

ତୁମ ପ୍ରେମ ମୋ ପାଇଁ......

1 min
39

ତୁମ ପ୍ରେମ 
ମୋ ପାଇଁ 
ଅଧାସରା ମଦିରା ପିଆଲା 
ଭାବେ ସାରିବି ନା ରଖିବି 
ଓଠ ପାଖୁ ଆପେ ଆପେ ହାତ ଫେରିଆସେ 
ଇଚ୍ଛା ହୁଏ ସବୁ ସାରିଦେଇ ମାତାଲ ହବାକୁ 
ପୁଣି ଲୋଭ ହୁଏ କାଳେ ସରିଯିବ 
ତୁମରି ନିଶା ରେ ମୁଁ ଯେ ଝୁମିବାକୁ ଚାହେଁ 
ତୁମ ପ୍ରେମ 
ମୋ ପାଇଁ 
ଶ୍ରlବଣର ଓଦାଓଦା ରାତି 
ଭାବେ ଭିଜିବି ନା ଦେଖିବି 
ଦୁଆରର ଏପାଖରୁ ପାଦ ଫେରିଆସେ 
ଭାବେ ଓଦା ହୋଇ ଭିଜି ଭିଜି ଟିକେ ନାଚିବାକୁ 
ହେଲେ ଭୟ ହୁଏ  କାଳେ ଧୋଇଯିବ
ତୁମରି ରଙ୍ଗ କୁ ମୁଁ ଯେ ବୋଳିବାକୁ ଚାହେଁ 
ତୁମ ପ୍ରେମ
ମୋ ପାଇଁ 
ସଙ୍ଗୀତର ଅଧୁରା ରାଗିଣୀ 
ଭାବେ ଗାଇବି ନା ଶୁଣିବି 
ବାର ବାର ତାଳ ମୋର ଭୁଲ ହେଇଯାଏ 
ଇଚ୍ଛା ହୁଏ ମନ ମୋର ଖୋଲିକି ଗାଇବି 
ହେଲେ ମନେଆସେ କାଳେ କିଏ ଚୋରି କରିନେବ 
ତୁମରି ପ୍ରେମକୁ ମୁଁ ଯେ  ଭୋଗିବାକୁ ଚାହେଁ 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance