STORYMIRROR

Sruti Nayak

Abstract

2  

Sruti Nayak

Abstract

ପୁଣିଥରେ ବର୍ଷା..........

ପୁଣିଥରେ ବର୍ଷା..........

1 min
149

ବାହାରେ କାହାର ଏ ଛମ୍ ଛମ୍ ଆବାଜ

ଅନୁଢା କିଶୋରୀର ପାଦର ପାଉଁଜି ପରି

ଝରକା ଖୋଲିଲି

ପୁଣିଥରେ ବର୍ଷା ମୋ ଅଗଣାରେ

ଆଉଥରେ ଖସିଗଲା ଚାବିଟିଏ ମୋ ହାତରୁ

ଖୋଲିଗଲା ମନଗହନର ଗୋପନ ଦୁଆର

ସେଠିଥିଲ ତୁମେ ଆଉ କାଗଜର ଡଙ୍ଗାଟିଏ

ମନରେ ତୁମର ଅନେକ ଭାବନା

ଦରିଆପାରି ର ସଉଦାଗର ପରି

ଅଧୁରାସପନ ନଉକା ବୁକୁରେ

ଉବୁଟୁବ ଓଳିତଳର ପାଣିର ସୁଅରେ

ନାଆଟିକୁ ପଠାଅ ନା

ମୁଁ ଅପେକ୍ଷାରେ

ତୁମ ଅଧୁରା ସପନର ବାକିଅଧକ

ମୋପାଖରେ ଯେ

ସବୁ ଏକାଠି କରି ପୁଣି ପଠାଇଦେବି

ଆଉ ତୁମେ

ସରାଗରେ ନେଇ ଆଖିରେ ଥାପିଦବ

ଦରିଆରେ ଡୁବିବା ଆଗରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract