STORYMIRROR

Sruti Nayak

Abstract

3  

Sruti Nayak

Abstract

ଟିକେ ପ୍ରେମ ପାଇଁ

ଟିକେ ପ୍ରେମ ପାଇଁ

1 min
212

ବେଳେବେଳେ

ନିରୋଳାରେ ଠିଆ ହୋଇ ଦିଗବଳୟକୁ ଚାହିଁଲେ

ଲାଗେ ଆକାଶ ବି କଥା କହୁଛି

ଆଉ ତା କଥା ଶୁଣିବାକୁ କାନ ପାରିଦେଇଛି ପୃଥିବୀ


କାଳେ ଆଉ କିଏ ଶୁଣିଦବ

ଟିକେ ତଳକୁ ଝୁଙ୍କିଯାଉଛି ଆକାଶ

କହିବ କହିବ ବୋଲି କିଛି କହି ପାରୁନି ସେ

ଆଉ ପୃଥିବୀ ଅଜାଣତେ ଆଖିରେ ଆଖିକୁ ମିଶେଇ ଦେଇଛି


ଏକାଗ୍ରତା ଭାଙ୍ଗିଦେଇ ଉଙ୍କିମାରିଲା ବିଜୁଳି

ନିଜ ଚମକରେ କାହାକୁ ପ୍ରଲୁବ୍ଧ କରିବାର ବ୍ଯର୍ଥ ପ୍ରୟାସ

କିନ୍ତୁ ଏ କଣ ଯେ

ଏତେ ପାଖରେ ସେ ଥାଇ ବି

ଆକାଶର ଆଖିକୁ ଫେରାଇ ଆଣିପାରୁନି

ପୃଥିବୀ ଶାଗୁଆ ଶାଢୀରୁ


ଆରେ ଆରେଏ କଣ

ବଇରି ହେଲେ କି ସୁରୂଜ

ନା

ଦୁହିଙ୍କୁ ସୁଯୋଗ ଦେବାକୁ ଲୁଚିଯାଉଛନ୍ତି ନିଜେ

ଅନ୍ଧାର ଆସୁଛି ମାଡି

ଶାଗୁଆ ଶାଢୀ ପାଲଟି ଦେଉଛିଜଣେ

ଆଉଜଣେ ସଜ ହେଉଛି ତାରା ପୋଷାକ ପିନ୍ଧିବାକୁ


ହୁଏତ ଆକାଶ କହିବ

ପୃଥିବୀ ଶୁଣିବ

କେବେ ତ କେଉଁଠି ତ

ଏକ ହେବେ ସେମାନେ

ଚିରନ୍ତନ ପ୍ରେମର ପ୍ରତୀକ ହୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract