STORYMIRROR

Sruti Nayak

Romance

3  

Sruti Nayak

Romance

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
193

କୁହ କେତେଦିନ ତୁମେ ଆଉ ଲୁଚକାଳି ଖେଳିବ 

ଜାଣିନ କି  

ମୁଁ ଆଜି ବି ତୁମକୁ ଖୋଜୁଛି 

କେବେ ଆକାଶର ନୀଳିମାରେ 

ତ କେବେ ସାଗରର ଅଶାନ୍ତ ଢେଉରେ 

କେବେ ପିଙ୍ଗଳାର ମନ ନେଇ 

ଜାଣିଛି  ସବୁ କିଛି ତୁମ ଇଛା 

ତଥାପି ବି 

ଜାଣେନା କାହିଁକି ଆଖି ମୋର ତୁମକୁ  

ହିଁ ଚାହେଁ 

ଆସ ଥରେ ଫଗୁଣର ଗୋଧୁଳି ବେଳାରେ 

ଅବା ଶ୍ରାବଣର ନିଶବ୍ଦ ରାତିରେ 

ଅପେକ୍ଷାରେ ମୁଁ 

ଅଜାଡ଼ି ଦେବାକୁ ହୃଦୟର ସମସ୍ତ ଆବେଗ 

କେବେ ତ ଥରେ ଆସ 

ସତରେ ହଉ ଅବା ସପନରେ 

କେବେ ଥରେ ଛୁଇଁଦେଖ  ମୋର କୋମଳ ମନକୁ 

ତୁମ ନିଜକୁ ପାଇବ ଗୋଟେ ସ୍ଵତନ୍ତ୍ର ଜାଗାରେ 

କେଜାଣି କେବେଠୁ ତୁମ ଅପେକ୍ଷାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance