STORYMIRROR

Sruti Nayak

Abstract

2  

Sruti Nayak

Abstract

ବରଷା ଓ ତୁମେ

ବରଷା ଓ ତୁମେ

1 min
155

ଟିକେ କବାଟତ ଖୋଲିଦିଅ

ଟିକେ ବାହାରକୁ ଚାଲିଆସ

ଥରେ କାଗଜର ଡଙ୍ଗା କର

ମୁଁ ତୁମକୁ ଅପେକ୍ଷା କରିଛି

ଦେଖ ତୁମଘର ଆଡେ ଶ୍ରାବଣ ଆସିଛି


ଟିକେ ଛିଡା ତ ହୋଇଯାଅ

ବରଷାର ବିନ୍ଦୁକୁ ଖସିବାକୁ ଦିଅ

ତୁମ ମଥାଠାରୁ ତଳିପା ପର୍ଯ୍ୟନ୍ତ

ଥରେ ପାଦକୁ ତୁମର ଭିଯିବାକୁ ଦିଅ

ବିନ୍ଦୁ ବିନ୍ଦୁ ବରଷାରେ ମୁଁ ତୁମକୁ ଦେଖୁଛି


ଟିକେ ଆକାଶକୁ ଦେଖ

ନିଳ ବଉଦରେ ସଜେଇ ହୋଇଛି

ତୁମେ ଟିକେ ନୀଳଶାଢୀ ପିନ୍ଧିଦିଅ

ଆଖି ମୋର ତୁମକୁ ଚାହୁଁଛି

ଦେଖ ନାଚି ନାଚି ବାହାରେ ବରଷା ତୁମକୁ ଡାକୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract