STORYMIRROR

Sruti Nayak

Inspirational

4  

Sruti Nayak

Inspirational

ଆସ ଥରେ ଆସ ଅବତରି

ଆସ ଥରେ ଆସ ଅବତରି

1 min
364

ହେ ଦେବୀ!

ଆଜିର ଏ ପବିତ୍ର ମୁହୂର୍ତ୍ତେ

ଆବାହନ କରୁଛୁ ତୁମକୁ

ଅନ୍ତରର ସମସ୍ତ ସୁଦ୍ଧତା

ଦୟା ଓ କ୍ଷମାର ସହାୟେ

ପ୍ରସ୍ତୁତ ମୁଁ କରିବାକୁ ତୁମ ଉପାସନା।


ଜାଗ୍ରତ ହୁଅ ମାତେ 

ଡାକୁଛି ତୁମରି ସନ୍ତାନ

ନାଶିବାକୁ ଅନ୍ଧାର ର ବଳ

ହରିବାକୁ ଦୁଃଖ ସଭିଙ୍କର

ଅବତରି ଆସ ଆଉଥରେ ଚାହୁଁଛୁ ଅନ୍ତରେ।


ଦିବ୍ୟତ୍ଵର ପ୍ରକାଶ ପାଇଁ

ଆଉ ବିସର୍ଜନ କରିବୁ ଯେ ନାହିଁ

ସର୍ବଦା ରଖିବୁ ପାଖରେ

ପୂଜିବୁ ଯେ ଅତ୍ୟନ୍ତ ଶ୍ରଦ୍ଧାରେ

ଆସ ଦେବୀ ଆସବାରେ ଆବଶ୍ୟକ ଏହି ପୃଥିବୀରେ।


ଭାଙ୍ଗିବାକୁ ଦାସତ୍ୱର ବେଡି

ଆସ ଥରେ ବାହନ କୁ ଚଢ଼ି

ମାନବ ରୁ ଦେବତ୍ଵକୁ ଯାତ୍ରା

ଲୋଡୁ ଆମେ ତୁମ ସହାୟତା

ହେ ଦେବୀ! କର ଆମ ପ୍ରାର୍ଥନା ଯେ ପୂର୍ଣ୍ଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational