STORYMIRROR

Sruti Nayak

Fantasy

3  

Sruti Nayak

Fantasy

ଆଉକେବେ ଏଇମିତି ବର୍ଷା

ଆଉକେବେ ଏଇମିତି ବର୍ଷା

1 min
127

କେଜାଣି କାହିଁକି

ବେଳେବେଳେ ମନ ଏତେ ଆନମନା ହୁଏ

କେହିଜଣେ ଠକ୍ ଠକ୍ କରେ ସେଇ ନିଷିଦ୍ଧ ଇଲାକାକୁ

ଆଉ କେହି ନୀରବରେ ଖୋଲିଦିଏ ଗୋପନ ଦୁଆରକୁ

ସେଇଠି ମୁଁ ଆବିଷ୍କାର କରେ ତୁମକୁ ମୋ ନିଜ ସହ

କେବେ ଝିପିଝିପି ବରଷାରେ

ଦୁହିଁଙ୍କୁ ଦେଖେ ମୁଁ ଗୋଟେ ଛତା ତଳେ

ଆଉ କେବେ ମୂଷଳ ବରଷାର ଧାରାରେ

ଆକାଶର ଛାତ ତଳେ

ବିଲ୍ କୁଲ୍ ଭିଜାଭିଜା ତାଳୁରୁ ତଳିପା ଯାଏଁ

ଆକାଶ ରୁ ଝରୁଥାଏ କଳସି କଳସି ଅମୃତ ଜଳ

ହେଲେ ମୁଁ ଯେ ଅତୃପ୍ତ ପିଆସୀ

ବୋଧହୁଏ ତୁମେ ବି

ଏଇ ଆଉ ଟିକିଏ ରୁହନା

ମୁଁ ଟିକେ ଅନୁଭବ କରେ

ତୁମକୁ ଅତି ନିବିଡ ଭାବରେ

ଭୋଗିନିଏ ମୋ ଭାଗର ପ୍ରେମତକ

ଜଣାନାହିଁ କେବେପୁଣି ଆସିବ ଏଇ ଅବସର

ବୋଧହୁଏ ଆଉଥରେ ଏଇମିତି ବର୍ଷା ହେଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy