ତୁମ ନୀରବତା
ତୁମ ନୀରବତା
ତୁମ ନୀରବତା ଓଦା ଆଖିପତା
ତୁମ ମନ କଥା କୁହେ
ବୁଝି ମୁଁ ପାରେନି ହସର ମୁହଁ ଟା
ଫିକା କାହିଁ ପଡି ଯାଏ ।
ଭାବି ମୁଁ ପାରେନା ଏତେ ଛୋଟ କଥା
କାହିଁ ତୁମେ ଦୁଃଖ ଦିଏ
ଗଲା ଦିନ କଥା ଆଜି ସ୍ମୃତି ସବୁ
ଭୁଲି ଯାଅ ସବୁ ପ୍ରିୟେ ।
ଆଜି ପାଇଁ ଖାଲି ଆଜି ଚିନ୍ତା କର
ଭୁଲି ସବୁ ପଛ କଥା
ଥରେ ହସି ଦେଖ ନରମ ଓଠରେ
ଭାଙ୍ଗି ସବୁ ନୀରବତା ।

