STORYMIRROR

PUSPALATA SAHOO

Romance Tragedy Inspirational

3  

PUSPALATA SAHOO

Romance Tragedy Inspirational

ତୁମ ନୀରବତା

ତୁମ ନୀରବତା

1 min
366

ନିରବୀ ଯାଇଛି ତୁମ କଣ୍ଠ ସ୍ୱର 

ଶୁଭୁନି ଆଉ ସେ ମଧୁର ଗୁଞ୍ଜନ 

ମନ ବଗିଚାରେ ଫୁଟୁନି ଗୋଲାପ 

ପ୍ରୀତି ପରଶର ମଧୁର ସପନ !!

ସରଗର ଚାନ୍ଦ ମଉଳି ଯାଇଛି 

ଆକାଶରେ ତାରା ଲୁଚି ବସିଛି 

ତୁମ ପାଦର ସେ ପାଉଁଜି ଶବଦେ 

ମୋ ମନେ ମୂର୍ଚ୍ଛନା ଖେଳି ଯାଉଛି !!

ସପନ ରାଇଜ ରାଜକୁମାରୀ 

ପ୍ରୀତି ଚାଙ୍ଗୁଡାରେ ସପନ ଭରି 

ତୋଳି ନିଅ ମୋତେ ବାହୁ ଅଙ୍ଗନରେ 

ନୀରବତା ଭାଙ୍ଗି ଆଗୋ ମୋ ପରୀ !!



Rate this content
Log in

Similar oriya poem from Romance