STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ତୁମ ମୁହଁ ଖାଲି ଦିଶେ

ତୁମ ମୁହଁ ଖାଲି ଦିଶେ

1 min
219


 ତୁମ କଥା ଭାବି ଏକା ଏକା ବସି

 ମନେମନେ କେତେ ହସେ

 ନିଦ ନଆସିଲେ ନିଦୁଆ ଆଖିରେ

 ତୁମ ମୁହଁ ଖାଲି ଦିଶେ..


ହଜିଲା ଦିନକୁ ଖୋଜିଖୋଜି ନିତି

ଲେଖେ କେତେ ନୂଆ ଗୀତ

ସପନ ସାଇତା ଗୋପନ କାହାଣୀ

କିଛି ମିଛ କିଛି ସତ

ମୋ ଗୀତରେ ତୁମେ ମୋ ଗପରେ ତୁମେ

ଫୁଲ ହାଟ ସତେ ବସେ 

ତୁମ ମୁହଁ ଖାଲି ଦିଶେ ..


ତୁମ ବିନା ସତେ ଲାଗେ ଆଜି ମୋତେ

ସବୁ ଖାଲି ଅଧାଅଧା

ତୁମ ହସ ତୁମ ସ୍ନେହ ବୋଳା କଥା

ଧୋଇ ନିଏ ସବୁ ବାଧା

ନିଜର ବୋଲିତ ତୁମ ନାଆଁ ନିତି

ମନେ ମନେ ମୁଁ ତ ଘୋଷେ

ତୁମ ମୁହଁ ଖାଲି ଦିଶେ...


ତୁମେ ନାହଁ ବୋଲି ଫଗୁଣ ଆସିଲେ

ପଡୁନି ରଙ୍ଗର ଝୋଟି

ଚୋରାଚଇତାଳି ଚୁମିଯାଉନାହିଁ

ବାସୁନାହିଁ ଭିଜା ମାଟି

ଭାବନା ରାଇଜେ ନିଜକୁ ହଜେଇ

କୁହୁଳୁଛି ନିଆଁ ଧାସେ

ତୁମ ମୁହଁ ଖାଲି ଦିଶେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance