STORYMIRROR

Prasanna kumar sahu

Romance

3  

Prasanna kumar sahu

Romance

ତୁମ ଗାଁ

ତୁମ ଗାଁ

1 min
119

ତୁମ ଗାଁ ରାସ୍ତା ମୋତେ

ଡାକେ ହାତ ଠାରି 

ସାଥେ ତୁମେ ନାହଁ ଯେ

ଏକା ଯିବି କିପରି?


ତୁମ ଗାଁ ଦେଇ ଯେବେ

ଯିବା ପାଇଁ ହୁଏ 

ବାଟ ଭାଙ୍ଗି ଯାଏ ମୁଁ

ସେ ବାଟେ ନ ଯାଏ।


ତୁମ ଗାଁ ଖଳା ମୁଣ୍ଡ

ମନେ ପଡେ ବେଶୀ 

ଦୁହେଁ ବସି ସେଠାରେ

ଦେଖୁଥିଲେ ଶଶି।


ତୁମ ଗାଁ ନଈ ପାଣି

ଆମ ଗ୍ରାମ ଦେଇ 

ଆସଇ ଦେଖୁଛି ହେ

ସେ ପ୍ରତିବିମ୍ବ ନେଇ।


ସେ ନଇ ପାଣି ମଧ୍ୟେ

ଦେଖେ ତୁମ ମୁହଁ 

ବିଧୂର ପ୍ରାଣ ମଧ୍ୟେ

ଆସି ଯାଏ କୋହ।


ସମୀରଣ ଆସଇ

ତୁମ ଗ୍ରାମ ଦେଇ 

ତୁମ ତୋଟା ବଉଳ

ବାସ୍ନା ଆଣେ ସେହି।


ସେ ବାସ୍ନାରେ ଭାସଇ

ତୁମ ମିଠା ବାଣୀ 

ତୁମେ ନାହଁ ପ୍ରିୟା ମୋ

ହୃଦ ହୁଏ ହାଣି।


ସମୀରଣ ଆଣଇ

ତୁମ ଗ୍ରାମ ବାଲି 

ତୁମ ପାଦ ଚିହ୍ନ ଯେ

ଭାସି ଆସେ ଚାଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance