STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

ତୁମ ବିରହରେ

ତୁମ ବିରହରେ

1 min
375


ରାଧା ପଚାରନ୍ତି କହରେ କହ୍ନେଇ 

ହେଲକିବା ଦେଶାନ୍ତର 

ପ୍ରିୟତମା ପ୍ରିତି ଆଲିଙ୍ଗନ ସ୍ପର୍ଶ 

ମନେପଡୁନି କି ତୋର


ପ୍ରଣୟ ଶୃଙ୍ଗାର ସାକ୍ଷୀ କେତେ ରାତି  

ବେହିସାବ ମିଳାମିଶା 

କଦମ୍ବ ବନର ମହମହ ବାସ୍ନା

ଶୋଷୁଥିଲା ଆମ ତୃଷ୍ନା


କେଳିକୁଞ୍ଜ କଥା ଭୁଲିଗଲ ସତେ

ରାସରଙ୍ଗ ସଙ୍ଗ ଦୋଳି

ଗୋପ ଗୋପାଳୁଣୀ ଟାହି ଟାପରା'ଟା

ଲାଗୁଥିଲା ଦାଣ୍ଡଧୂଳି


ବିରହରେ ତୋର ମୂର୍ଚ୍ଛିତ ପରାଣ 

ଚେତନା ଭୁଲିଛି କାହିଁ 

କୁଙ୍କୁମ ଚନ୍ଦନ ସୁବାସ ଅତର

କିଛି ଭଲଲାଗେ ନାହିଁ


ମନେପଡୁଛିରେ ମିଠା ମିଠା ବାଣୀ

କଥାକୁହା ଠାଣି ତୋର

ଅଝଟିଆ ପ୍ରିତି ପୁନେଇଁର ରାତି

ଅଭିମାନ ଯେତେ ମୋର


ତୋ ଓଠ ବଇଁଶୀ ମଧୂର ମୂର୍ଚ୍ଛନା 

ପିଇ ସେ ସଲପ ନିଶା

ନିଶାସକ୍ତ ମନ ପିରତି ବାଣରେ 

ଭୋଗି ପ୍ରେମୀ ଜୀବଦଶା


ତୁ' ନାହୁଁ ବୋଲି ଜଳି ପୋଡିଯାଏ

ଦେହ ମନ ହୃଦ ପ୍ରାଣ 

କିଏ ସେ ଦେଖିବ ଅନ୍ତର ଅନଳ

ଜାଳି ସାରିଲାଣି ବଣ


ବିତୁନି ମୋ ଦିନ ପାହୁନି ଏ ରାତି

ଅସହ୍ୟ ବିରହ ତାତି

ପିରତି ନିଆଁରେ ପ୍ରତିକ୍ଷଣ ଜଳେ  

ସହୁନି ନରମ ଛାତି


କାହିଁଗଲ ମୋର ରସିକ ନାଗର 

ଆସ ବାରେ ଗୋପପୁର 

ଆଗମନେ ତୋର ଉଜ୍ଜୀବିତ ହେଉ

ପ୍ରଣୟ ସୁପ୍ତ ଝଙ୍କାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance