STORYMIRROR

Prakash Kumar Chand

Romance

2  

Prakash Kumar Chand

Romance

ତୁ ରାଜା ମୁଁ ରାଣୀ

ତୁ ରାଜା ମୁଁ ରାଣୀ

1 min
14K


ତୁ ରାଜା ମୁଁ ରାଣୀ


ମୁଁ ହେଲେ ରାଜା ଲବଙ୍ଗଦୀପର

ତୁ ଶାମୁକା ସାଧବବୋହୂ

ମୁଁ ହେବି ଯଦି ଵଉଳର ଵାସ

ତୁ କୋଇଲି ର ମିଠା କୁହୁ ।।


ତୁ ଅଙ୍କାବଙ୍କା ନଈଟିଏ ହେଲେ

ମୁଁ ହେବିଲୋ ଦରିଆ ଛାତି

ତୁ ହୋଇଯାଆ ଲୋ ଫୁଲେଇ ଜହ୍ନଟେ

ମୁଁ ହେବି ପୂନେଇଁ ରାତି

ନିତି ସପନରେ ଆସୁଥିବି ତୋର

ରାତିଟିଏ ହଉ ହଉ ।।


ଅଶିଣ ଆକାଶେ କାକର ଟୋପା ତୁ

ଆଷାଢେ ଭାସିଲା ମେଘ

ମୁଁ ମେଘର କୋଳରେ ଇନ୍ଦ୍ରଧନୁ ହେଲେ

ତୁ ଫଗୁଣର ସାତ ରଙ୍ଗ

ସେଇ ରଙ୍ଗ ତୋର ଗୋରା ଦେହରେ

ବାରମାସେ ଖେଳେ ଢେଉ। ।।


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୬୪୯୩୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance