STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ତୁ ପୁରୁଷ ତୁ ପ୍ରକୃତି

ତୁ ପୁରୁଷ ତୁ ପ୍ରକୃତି

1 min
183


ଆହା ମୋ କାଳିଆ ହାତୀ

ତୋର ରୂପ ଏମିତି ଲାଗେ ଯେମିତି

ରାଧା ସାଙ୍ଗେ ନିତି ତୋ ଭାବ ପିରତି

ଭକତେ ଦେଖନ୍ତି ମୁହଁକୁ ତୋହର

ବାକି ଅଙ୍ଗ ତୋର ରାଧାଟି

କାଳିଆ ରେ ବାକି ଅଙ୍ଗ ତୋର ରାଧାଟି

ଆହା ମୋ କାଳିଆ ହାତୀ


ରାଧାକୁ ଧରିଛୁ ଜାବୁଡ଼ି ତୁ ଯେ

ମୁହଁ ଲୁଚାଇଛି ସତେ ସେ ଲାଜେ

ରାଧାକୁ ଧରିଛୁ ଜାବୁଡ଼ି ତୁ ଯେ

ମୁହଁ ଲୁଚାଇଛି ସତେ ସେ ଲାଜେ

ସେଥିପାଇଁ ତୋର ମୁହଁ ପରା କଳା

ଧଳା ରଙ୍ଗ ତୋର ଦେହଟି

କାଳିଆରେ ଧଳା ରଙ୍ଗ ତୋର ଦେହଟି

ଆହା ମୋ କାଳିଆ ହାତୀ...


ଜଗନ୍ନାଥ ତୁତ ଜଗତ ନାଥ

ସାରା ଜଗତର ତୁ ପରା ନାଥ

ଜଗନ୍ନାଥ ତୁତ ଜଗତ ନାଥ

ସାରା ଜଗତର ତୁ ପରା ନାଥ

ନାଥ ରୂପରେ ତୁ ପୁରୁଷ ଉତ୍ତମ

ଜଗତ ରୂପେ ତୁତ ପ୍ରକୃତି

କାଳିଆ ରେ ଜଗତ ରୂପେ ତୁତ ପ୍ରକୃତି

ଆହା ମୋ କାଳିଆ ହାତୀ....


ଶାସ୍ତ୍ର ପୁରାଣରେ କଥା ବର୍ଣ୍ଣନ

ତୁ ଯେ ନାରୀ ପୁଣି ତୁ ନାରାୟଣ

ଶାସ୍ତ୍ର ପୁରାଣରେ କଥା ବର୍ଣ୍ଣନ

ତୁ ଯେ ନାରୀ ପୁଣି ତୁ ନାରାୟଣ

ମୂଖ ମଣ୍ଡଳରେ ନର ରୁପ ତୋର

ଦେହ ତୋର ନାରୀ ରୂପଟି

କାଳିଆ ରେ ଦେହ ତୋର ନାରୀ ରୂପଟି

ଆହା ମୋ କାଳିଆ ହାତୀ....



ନିଜେ ତୁ ଦେବକୀ ନିଜେ ତୁ କୃଷ୍ଣ

ନିଜେ କଉଶଲ୍ୟା ତୁ ପୁଣି ରାମ

ନିଜେ ତୁ ଦେବକୀ ନିଜେ ତୁ କୃଷ୍ଣ

ନିଜେ କଉଶଲ୍ୟା ତୁ ପୁଣି ରାମ

ନିଜେ ତୁ ନିଜକୁ ଗଢି ଦାରୁ ଭୂତ

ତୁ ଅଧାଗଢ଼ା ଦିଅଁ ଟି

କାଳିଆ ରେ ତୁ ଅଧାଗଢ଼ା ଦିଅଁ ଟି

ଆହା ମୋ କାଳିଆ ହାତୀ....


ମୁଣ୍ଡରେ ଦେଉତୁ ଟାଣି ଓଢ଼ଣା

ନାକେ ନାକୁଆସି ସେ ନାକ ଗୁଣା

ମୁଣ୍ଡରେ ଦେଉତୁ ଟାଣି ଓଢ଼ଣା

ନାକେ ନାକୁଆସି ସେ ନାକ ଗୁଣା

ବାଙ୍କଚୂଡ଼ ବେଶେ ଜୁଡା ପକାଇ ତୁ

ଦିଶୁରେ ବୋହୁ ପରିଟି

କାଳିଆରେ ଦିଶୁରେ ବୋହୁ ପରିଟି

ଆହା ମୋ କାଳିଆ ହାତୀ....


ପୁରୁଷ ହେଉ ବା ହେଉ ପ୍ରକୃତି

ଦେଖି ତୋର ଅଧା ଗଢା ମୂରତି

ପୁରୁଷ ହେଉ ବା ହେଉ ପ୍ରକୃତି

ଦେଖି ତୋର ଅଧା ଗଢା ମୂରତି

ଧନ୍ୟ ହୋଇଯାଏ ଏ ପାପ ନୟନ

 ମିଳଇ ଅପାର ଶାନ୍ତି

କାଳିଆରେ ମିଳଇ ଅପାର ଶାନ୍ତି

ଆହା ମୋ କାଳିଆ ହାତୀ....


Rate this content
Log in

Similar oriya poem from Classics