STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ତୁ ପୁରୁଷ ତୁ ପ୍ରକୃତି

ତୁ ପୁରୁଷ ତୁ ପ୍ରକୃତି

1 min
361


ତୋ ରୂପ ଏମିତି ଲାଗେ ଯେମିତି

ରାଧା ସାଙ୍ଗେ ନିତି ଭାବ ପିରତି

ଭକତେ ଦେଖନ୍ତି ମୁହଁ କୁ ତୋହର

ଦେଖୁଥାନ୍ତି ସତେ ରାଧା ଦେହଟି

ତୋ ରୂପ ଏମିତି।


ରାଧାକୁ ଧରିଛୁ ଜାବୁଡ଼ି ତୁ ଯେ

ମୁହଁ ଲୁଚାଇଛି ସତେ ସେ ଲାଜେ

ସେଥିପାଇଁ ତୋର ମୁହଁ ପରା କଳା

ଧବଳ ବରଣ ତୋର ଦେହଟି

ତୋ ରୂପ ଏମିତି ।

 

ଜଗନ୍ନାଥ ତୁତ ଜଗତ ନାଥ

ସାରା ଜଗତର ତୁ ପରା ନାଥ

ନାଥ ରୂପରେ ତୁ ପୁରୁଷ ଉତ୍ତମ

ଜଗତ ରୂପରେ ତୁତ ପ୍ରକୃତି

ତୋ ରୂପ ଏମିତି. ।


ଶାସ୍ତ୍ର ପୁରାଣ ରେ କଥା ବର୍ଣ୍ଣନ

ତୁ ଯେ ନାରୀ ପୁଣି ତୁ ନାରାୟଣ

ମୂଖ ମଣ୍ଡଳରେ ନର ରୁପ ତୋର

ଦେହ ର ସ୍ବରୂପ ନାରୀ ପରି ଟି

ତୋ ରୂପ ଏମିତି ।


ନିଜେ ତୁ ଦେବକୀ ନିଜେ ତୁ କୃଷ୍ଣ

ନିଜେ କଉଶଲ୍ୟା ତୁ ପୁଣି ରାମ

ନିଜେ ତୁ ନିଜକୁ ଗଢି ଦାରୁ ଭୂତ

କଳି ଯୁଗେ ଅଧାଗଢ଼ା ଦିଅଁ ଟି

ତୋ ରୂପ ଏମିତି ।


ମୁଣ୍ଡରେ ଦେଉତୁ ଟାଣି ଓଢ଼ଣା

ନାକେ ନାକୁଆସି ନାକରେ ଗୁଣା

ବାଙ୍କଚୂଡ଼ ବେଶେ ଜୁଡା ପକାଇ ତୁ

ଓଡ଼ିଆଣୀ ରୂପେ ସଜ ହେଉଟି

ତୋର ରୂପ ଏମିତି ।


ପୁରୁଷ ହେଉ ବା ହେଉ ପ୍ରକୃତି

ଦେଖି ତୋର ଅଧା ଗଢା ମୂରତି

ଧନ୍ୟ ହୋଇଯାଏ ଏ ଚର୍ମ ନୟନ

ମନ ପୁରିଯାଏ ମିଳଇ ଶାନ୍ତି

ତୋ ରୂପ ଏମିତି ।



Rate this content
Log in

Similar oriya poem from Classics