Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

ତୁ ନିଜକୁ ଖୋଜିବାରେ ବାହାରି ପଡ଼

ତୁ ନିଜକୁ ଖୋଜିବାରେ ବାହାରି ପଡ଼

1 min
126



ତୁ ନିଜକୁ ଖୋଜିବାରେ ବେସ୍ତ ରହ

କାହିଁକି ଏତେ ଉଦାସ l

ଦୁନିଆଁ ଦେଖିବା ଆବଶ୍ୟକ ନାହିଁ

ଦୃଢ଼ କର ତୋ ସାହସ ll


ତୋତେ ହଜାରେ କହିବେ ଖରାପ ତୁ

କରିବେ ନିନ୍ଦା ଅନେକ l

ଚରିତ୍ର ଯଦି ତ ପବିତ୍ର ତୋହର

ଚାଲ ଟେକି ତ ମସ୍ତକ ll


କଣ୍ଟାତ ପଡିଛି ପଥରେ ଅନେକ

ଗାତ ବି ବହୁତ ଅଛି l

କପଟ ଲୋକ ବି ବହୁତ ଅଛନ୍ତି

ଚିହ୍ନିବାକୁ ବାକି ଅଛି ll


ଖଣ୍ଡାଧାରେ ତୋତେ ଚାଲିବାକୁ ହେବ

ଚାଖଣ୍ଡେ ତ ହାତ ମାପି l

ବିଶ୍ୱାସରେ ବିଷ ଦେବାକୁ ସଭିଏଁ

ରହିଛନ୍ତି ସବୁ ଛପି ll


ଗାତେ ଠେଲିବାକୁ ଅନେକ ଅଛନ୍ତି

ଟେକିବାକୁ କେହି ନାହିଁ l

ଦେଖି ଚାହିଁ ଧନ ଚାଲୁ ଥାରେ ବାଟ

ବିଚଳିତ ହେବୁ ନାହିଁ ll


ନିଜ ଭିତେ ଥିବା ଶକତିକୁ ତୁହି

ଖୋଜିବାକୁ କର ଚେଷ୍ଟା l

ନିଜ ଶକ୍ତି ବଳେ ବଳିୟାନ ହେବୁ

କରିଚାଲ ତୁ ପ୍ରଚେଷ୍ଟା ll


Rate this content
Log in

Similar oriya poem from Inspirational