STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ତଟିନୀର ଖେଦ

ତଟିନୀର ଖେଦ

1 min
14.1K


ଡକ୍ଟର ମହେଶ୍ଵର ମହାନ୍ତି


ଲଙ୍ଘି ବନ୍ଧୁର ଗିରି କାନନ ବୁକୁ ଚିରି

ଝରଇ ଝର ଝର ତଟିନୀ,

ମାଧୁର କଳ କଳ ଗୀତରେ ଛଳ ଛଳ

ଜୀବନ-ପଥେ କେବେ ହଟିନି l

କେତେ ନଗର ଗ୍ରାମ ଘନ ବନାନୀ ଶ୍ୟାମ

ହରିତ କ୍ଷେତ ଆଉ ପ୍ରାନ୍ତର,

ସୁଦୂର ପଥ ଭ୍ରମି ଯାଏ ସେ ଅତିକ୍ରମି

ନ ହୋଇ ଶ୍ରମେ ତିଳେ କାତର l

କହିଲା ଦିନେ ନଦୀ, ‘’ ଶୁଣ ଗୋ ମହୋଦଧି

ଶୁଣ ମୋ’ଜୀବନର କଷଣ ,

ମାନବ ଶିଶୁ ଆଜି ଘୋର ଦାନବ ସାଜି

ହରିଛି ମୋର ସବୁ ଭୂଷଣ l

ମୋ’ ତିରେ ଗଢି କଳ ତେଜି ଦୂଷିତ ଜଳ

କରିଛି ତନୁ ମୋର ଆବିଳ,

ହରିଛି ସବୁ ସୋଭା ଜନ ନୟନ ଲୋଭା

ଜୁର କରିଛି ରୂପ ଛବିଳ l

ଭରୁଛି ଅକାତରେ ନିତି ମୋର ଗାତ୍ରରେ

ଯାବତ ଅବର୍ଜନା ତାହାର,

ଫୁଟେଣି ପଦ୍ମ କଳି ଲୁଟେନି ମଧୁଅଳି

କରେ ମୁଁ ବିଷ ମାତ୍ର ଆହାର l

କିଆ,କେତକୀ ବନ, ବେତସ କୁଞ୍ଜ ଘନ

ମୋ’ତୀରେ ଶୂନ୍ୟ ଆଜି, ସିନ୍ଧୁ ଗୋ,

କାହିଁ ବୈହଗ ଗାଁ କୋକିଳ କୁହୁ ତାନ

ଯହୁଁ ଝଋଇ ମଧୁ ବିନ୍ଦୁ ଗୋ l ‘’

ଶୁଣି ତଟନୀ ବାଣୀ ବକ୍ଷୁକୁ ନେଇ ଟାଣି

କହିଲା ସିନ୍ଧୁ, ‘’ଗିରି କନ୍ୟା ଗୋ,

ଲଭ୍ୟ ଇଶ୍ଵର କୃପା ତୁ ଅଟୁ ମାତୃ ରୂପା

ତୁହି ତ ଜଗତରେ ଧନ୍ୟା ଗୋ l

ମାନବ ମହାବଳୀ ପ୍ରକୃତ ପାଦେ ଦଳି

ନ ମାନି ବିଧତାର ନିୟମ

କରୁଛି ଆଜି ଯାହା କାହିଁ ତା’ ପାଇଁ ରାହା

ଲଭିବ ଦିନେ ଫଳ ଚରମ

ଗାଈ କର୍ମର ଜୟ ଦେଇ ଅମୃତ ପୟ

ପୋଷୁଛୁ କୋଟି ଜନ ପରାଣୀ

ଝୁରୁଛୁ ଝୁରୁ ଥିବୁ ପରାଣ ଭରୁ ଥିବୁ

ତୁହି ତ ଜଗତର କଲ୍ୟାଣୀ l ‘,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics