STORYMIRROR

Gangotri Priyadarshini

Abstract Fantasy Inspirational

2  

Gangotri Priyadarshini

Abstract Fantasy Inspirational

ଟୋପାଏ ସିନ୍ଦୁର

ଟୋପାଏ ସିନ୍ଦୁର

1 min
185


ଟୋପାଏ ସିନ୍ଦୂର

କୁଆଁରୀ ବୟସରେ,

ମନୋରମ ଅନ୍ତରଙ୍ଗ ସ୍ଵପ୍ନ

ଇପ୍ସିତ ପୁରୁଷର ପ୍ରେମ ପ୍ରମାଣ ।।

ଟୋପାଏ ସିନ୍ଦୂର

ପ୍ରେମ ଆଉ ବିବାହର

ପ୍ରଥମ ସୋପାନ

ମଧ୍ୟବର୍ତ୍ତୀ ଦ୍ଵନ୍ଦର ଅବସାନ ।।

ଟୋପାଏ ସିନ୍ଦୂର

ଜୀବନ ଠାରୁ

ଅଧିକ ନିଜର ଜୀବନ ସାଥି ପାଇଁ

ସବୁ ଆଶା ଆକାଂକ୍ଷାର ବଳିଦାନ ।।

ଟୋପାଏ ସିନ୍ଦୂର

ଦାମ୍ପତ୍ୟର ସୁହାଗ ସନ୍ତକ

ଚିର ଅମ୍ଳାନରହିବାର

ଅର୍ଦ୍ଧାଙ୍ଗର ସାହଚର୍ଯ୍ୟର ନିଦର୍ଶନ ।।

ଟୋପାଏ ସିନ୍ଦୂର

ପରିବାର ପ୍ରତି

ଦାୟିତ୍ୱବୋଧ,ସ୍ନେହ,ସମ୍ମାନ

କର୍ତ୍ତବ୍ୟ ପରାୟଣତାର ସମାପନ ।।

ଟୋପାଏ ସିନ୍ଦୂର

ସମସ୍ତଙ୍କ ଅଜାଣତରେ

ସ୍ବାମୀ ମନ ଜିଣିବାର

ଅଦମ୍ୟ ସଫଳ ସମ୍ଭବ ପ୍ରଯତ୍ନ ।।

ଟୋପାଏ ସିନ୍ଦୂର

ରଙ୍ଗୀନ ଦିବା ସ୍ଵପ୍ନ ସବୁକୁ

ବାସ୍ତବତାରେ ପରିଣତ କରି

ସୃଷ୍ଟି କରିଥାଏ ଶ୍ରେଷ୍ଠ ଉଦାହରଣ ।।

ଟୋପାଏ ସିନ୍ଦୂର

ତୁମେ ,ମୁଁରୁ ଆମେର

ପବିତ୍ର ବନ୍ଧନ

ପ୍ରତ୍ୟେକ ମୁହୂର୍ତ୍ତର ସହାବସ୍ଥାନ ।।

ଟୋପାଏ ସିନ୍ଦୂର

ଅଖଣ୍ଡ ସୌଭାଗ୍ୟ ଏବଂ

ଦୃଢ଼ ବିଶ୍ୱାସର

ଜୀବନ୍ତ ଜ୍ୱଳନ୍ତ ଉପାଖ୍ୟାନ ।।

ଟୋପାଏ ସିନ୍ଦୂର

ଯୌବନର ବେଳାଭୂମି

ବାର୍ଦ୍ଧକ୍ୟର ଭରପୁର ସଂସାରରେ

ଗଭୀର ସମ୍ପର୍କର ସ୍ଵାଦ ଆଶ୍ୱାଦନ ।।

ଟୋପାଏ ସିନ୍ଦୂର

ନାହିଁ ନଥିବା ମୋହ ବନ୍ଧନ

ଶାଶ୍ବତ ସ୍ୱର୍ଗୀୟ ପ୍ରେମର

ଆଜୀବନ ଭରଷାର ପ୍ରତିଦାନ ।।

ଟୋପାଏ ସିନ୍ଦୂର

ପ୍ରଜାପତିଙ୍କର ଲେଖା ଯୋଖା

ରକ୍ତିମ ସନ୍ଧାନ

ସୁନ୍ଦର କବିତାରେ ନିଛକ ମିଳନ ।।

ଟୋପାଏ ସିନ୍ଦୂର

ବିଶ୍ଵସ୍ତ ପତ୍ନୀ ଟିଏ ବୋଲି

ପତି କୁ ପରମେଶ୍ବର ମାନି

ସାରା ଜୀବନ ପ୍ରତୀକ ଭାବେ କରେ ବହନ ।।

ଟୋପାଏ ସିନ୍ଦୂର

ଆଶୀର୍ବାଦରରୁପନେଇ

ପୂର୍ଣ୍ଣ ପରିବାରରେ,ବଂଶ କୁ

ଉତ୍ତର ପିଢ଼ି ହାତେ ଦେବାକୁ କରେ ନିମନ୍ତ୍ରଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract