ଟଙ୍କା
ଟଙ୍କା
ମଣିଷ ଜନମେ
ଅତି ଆବଶ୍ୟକ
ଖାଦ୍ୟ-ବସ୍ତ୍ର-ବାସଗୃହ ।
ଶିକ୍ଷା ସ୍ୱାସ୍ଥ୍ୟ ସାଥେ
ମୌଳିକ ଜିନିଷ
ରଖ ଏଥିରେ ଆଗ୍ରହ ।
ଆଜିକା ଯୁଗରେ
ଟଙ୍କାର ପଛରେ
ଦୁନିଆଁ ଯାଉଛି ଧାଇଁ,
ଅନ୍ୟାୟ ଦୁର୍ନୀତି
ଅସତ୍ୟ ଅଧର୍ମ
ପଥ ପଛେ ରହୁ କାହିଁ ।
ଝାଳ ବୁହା ଆମ
ପରିଶ୍ରମେ ସଦା
କର ଟଙ୍କା ଉପାର୍ଜନ ।
ସେତିକିରେ ନିଶ୍ଚେ
ବଞ୍ଚି ହୋଇଯିବ
ଆମ ଅମୂଲ୍ୟ ଜୀବନ ।
ଅନ୍ୟାୟ ପଥରେ
ଉପାର୍ଜିଲେ ଟଙ୍କା
ମୂଲ୍ୟହୀନ ଅଟେ ତାହା ।
ଭୂତ ପ୍ରେତ ସିନା
ଭୋଗିବେ ତାହାକୁ
ମିଳିବନି କେବେ ରାହା ।
ଶିକ୍ଷିତ ସମାଜ
ବୁଝ ଥରେ ଆଜ
ଟଙ୍କା ନୁହେଁ ବଡ଼ କିଛି ।
କୁପଥରେ ଯଦି
ଲଭ କଳା ଟଙ୍କା
ସଭିଏଁ କରିବେ ଛି ଛି ।
ମଣିଷ ଜୀବନେ
ମଣିଷ ଲକ୍ଷଣେ
ବଞ୍ଚିବାର ପ୍ରତିଶ୍ରୁତି ।
ନେବାକୁ ହେବ ହେ
ଅବାଟ ପଥିକ
ସୁପଥେ ଅଛି ପ୍ରଗତି ।
