ଟିକିତାରା
ଟିକିତାରା


ଚିକମିକ ତାରାଫୁଲ
ପଡିଲା ଖସି
ଅମା ଅନ୍ଧାର ଦୁରେଇ
ପୂର୍ଣ୍ଣମୀ ଶଶୀ ।
ଟିକିତାରା ସିଏ
ଦେଲା ଯେ ହସି
ଚାନ୍ଦିନୀ ରାତିର ପୂର୍ଣ୍ଣମୀ ଇନ୍ଦୁ
ଚନ୍ଦ୍ରମା ଲେସି ।
ଚାତକିନୀ ପ୍ରାୟ ସଭିଏଁ
ଦେଖନ୍ତି ବସି
ଘୁମା ଘୁମା ଆଖି
ଝୁମା ଝୁମା ନିଦ ।
ଭିତରେ ଯାଇଛି ଫସି
ତା ନାଆଁରେ ଯିଏ
କାଳେ କହିଦେବ କିଏ
ତନ୍ଦ୍ରା ମୋ ଯାଇଛି ଖସି ।
ସିଏ ତ ଅଳସୀ
ଯିବ ଯଦି ରୁଷି
ବାସି ହେଇଯିବ ଖୁସି
ଜଗତର ନାଥ
ସାହା ହୁଅ ତାକୁ ଆସିବ।