STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଟିକିଫୁଲ

ଟିକିଫୁଲ

1 min
13.7K


ଟିକିଫୁଲ ମୁହିଁ ଟିକିଫୁଲ,

ଟିକି ଦେହେ ମୋର ମଧୁ ସଞ୍ଚିଥାଏ

କିଏ ହେବ ମୋର ସମତୁଲ?

କଅଁଳ ପାଖୁଡ଼ା ମେଲିଦେଇ,

ହସି ହସି ମୁହିଁ ସୁବାସ ବିତରେ

ଖୁସିରେ ସଂସାର ଉଠେ ଚେଇଁ।

ଉଡ଼ି ଉଡ଼ି ଆସେ ମହୁମାଛି,

ଟିକି ଦେହୁ ମୋର ସୁମଧୁର ମଧୁ

ଟିକିଶୁଣେ୍ଢ ନିଏ ବାଛିବାଛି।

ନଇଁ ନଇଁ ଆସେ ମାଳୀ ଅଜା,

ଗଛମୂଳେ ମୋର ପାଣି ଢାଳିଦିଏ

ଲାଗୁଥାଏ ମୋତେ ଭାରିମଜା।

କ୍ଷଣିକ ପାଇଁ କି ଫୁଟିଥାଏ,

ସୁଗୁଣରେ କୋଟିଜନ ମନ କିଣି

କ୍ଷଣିକ ଭିତରେ ଝଡ଼ିଯାଏ।

ସେଥି ପାଇଁ ଦୁଃଖ ନାହିଁ ମନେ,

ଦେଶ ସେବକର କାମରେ ଲାଗିଲେ

ଆପଣଙ୍କୁ ମୁହିଁ ଧନ୍ୟ ମଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics