STORYMIRROR

Mamatamanjari Das

Inspirational

3  

Mamatamanjari Das

Inspirational

ଟିକି ଟିକି

ଟିକି ଟିକି

1 min
472

ଟିକି ଟିକି ଫୁଲ ସିନା

ମୂଲ ତାର ଅନେକ

ତାର ଟିକେ ସୁଗନ୍ଧରେ

ବାସେ ସାରା ଭୂଲୋକ

ଟିକି ଟିକି ପାଖୁଡା ତା

ରଙ୍ଗ ବେରଙ୍ଗରେ ଶୋଭିତ

ସଭିଙ୍କର ମନ ଜିଣି

ଜିତି ଯାଏ ଜଗତ ।

ଟିକି ଟିକି ପ୍ରଜାପତି

ଡେଣା ଝାଡି ବୁଲଇ

ରଙ୍ଗ ବେରଙ୍ଗ ଡେଣାରେ

ଖୁସି କେତେ ବାଣ୍ଟଇ ।

ଟିକି ଟିକି ମହୁମାଛି

ଗୁଣୁ ଗୁଣୁ କରଇ

ଫୁଲରୁ ସେ ମଧୁ ଶୋଷି

ଆମପାଇଁ ସଞ୍ଚଇ ।

ଟିକି ଟିକି ପିଲା ଆମେ

ଟିକି ଆମ ଜୀବନ

ମନରୁ ଆମେ ଝରାଇବା

ବନ୍ଧୁତା ର ଚନ୍ଦନ

ମୈତ୍ରୀ ରୋଷ ଅଭିମାନ

ସବୁ ଦୂରେ ଫିଙ୍ଗିବା

ଘରେ ଘରେ ପୁରେ ପୁରେ

ସୁଖ ଶାନ୍ତି ମୈତ୍ରୀ ଆମେ ବାଣ୍ଟିବା

ସଭିଙ୍କର ହୃଦୟରେ

ସ୍ନେହ ପ୍ରିତୀ ଭରିବା

ମଣିଷ ଜୀବନ ଆମ

ଆନନ୍ଦରେ ଭରିବା ।



Rate this content
Log in

Similar oriya poem from Inspirational