STORYMIRROR

Biswanath Nayak

Inspirational

3  

Biswanath Nayak

Inspirational

ଟିକି ଚଢେଇ ----------

ଟିକି ଚଢେଇ ----------

1 min
274


ହେ ଟିକି ଚଢେଇ!

ଯେତେ ମୁଁ ଡାକିଲି

ଟିକେ ତୁ ଶୁଣିଲୁ ନାହିଁ

ସୁନାର ପଞ୍ଜୁରୀ

ସଜେଇ ରଖିଛି

ତୋହରି ରହିବା ପାଇଁ


ରୂପା ଚାଙ୍ଗୁଡିରେ

ରଖିଛି ତୋ ପାଇଁ

ଜାତି ଜାତି ମିଠାଫଳ

ତୋ ପିଇବା ପାଇଁ

କାଂସ୍ୟପାତ୍ର ଭରି

ରଖିଅଛି ମିଠାଜଳ


ତୋ ପିନ୍ଧିବା ପାଇଁ

ସଜାଡି ରଖିଛି

ନାନା ରଙ୍ଗର ପୋଷାକ

ତାକୁ ପିନ୍ଧିଦେଲେ

ତୋ ଫିକା ଶରୀର

ଦିଶୁଥିବ ଜକଜକ


ଥକା ଲାଗିଗଲେ

ଶୋଇବା ପାଇଁକି

ଅଛି ମଖମଲି ଶେଯ

ସ୍ନେହ ,ପ୍ରେମ ଦେଇ

ଆଦରେ ରଖିବି

ଚାଲିଆ ନକରି ଲାଜ


ସବୁତ ତୋ ପାଇଁ

ସାଇତି ରଖିଛି

ବଣରେ କିଆଁ ବୁଲିବୁ

ଖରା ବରଷାରେ

ଶୀତ କାକରରେ

ମିଛେ ହଟହଟା ହେବୁ

କେବଳ ଏତିକି

କରିବୁ ମୋ ପାଇଁ

ମୋ ପୋଷା ଚଢେଇ ହେବୁ

ଯେଉଁ ରାମନାମ

ତୋତେ ଶିଖେଇବି

ସେତିକି ଖାଲି ଗାଇବୁ


କହିଲା ଚଢେଇ

ପ୍ରକୃତି ରଖିଛି

ମୋର ପାଇଁ ମିଠାଫଳ

ଘର ମୋର ଅଟେ

ସୁନୀଳ ଆକାଶ

ପେୟ ଅଟେ ନଦୀଜଳ


ଦେଇଛି ବିଧାତା

ଖଟି ଖାଇବାକୁ

ମୋ ଦୁଇ ଡେଣାରେ ବଳ

ପରିଶ୍ରମ କରି

ବଞ୍ଚିବାକୁ ଚାହେଁ

କରନା ମୋତେ ଦୁର୍ବଳ


ସବୁ ଦେଇ ଚାହଁ

ଛଡାଇ ନେବାକୁ

ମୋର ବାକ୍ ସ୍ଵାଧୀନତା

ଲୋଡାନାହିଁ ମୋର

ସୁନାର ପଞ୍ଜୁରୀ

ଯା ନାମ ପରାଧୀନତା


ଦୂର ଗଗନରେ

ଉଡିବା ଆଗରୁ

କାଟନାହିଁ ମୋର ଡେଣା

ସ୍ଵାଭିମାନ ସହ

ବଞ୍ଚିବାକୁ ଚାହେଁ

ଚାହେଁନା କାହା କରୁଣା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational