STORYMIRROR

Alhadini Panigrahi dash

Tragedy

3  

Alhadini Panigrahi dash

Tragedy

ଟିକି ଚଢେଇ ହେ ବନ୍ଧୁ ମୋର

ଟିକି ଚଢେଇ ହେ ବନ୍ଧୁ ମୋର

1 min
178

ହେ ଟିକି ଚଢେଇ ..

ଚୁଲବୁଲି ବନ୍ଧୁ ମୋର

ନଇଁ ଆସିଛି ତୋ ନୟନେ ସନ୍ଧ୍ୟା

କାହିଁକି ଆଖିରେ ତୋର ..l


ଶାନ୍ତ ଆଜି କାହିଁ

ଚଞ୍ଚଳ ମନ ତୋର

ତୋ ହୃଦୟ ତାରା ଆଜି

କୁହ କାହିଁକି ଗମ୍ଭୀର 


କାହାକୁ ତୁ ଖୋଜୁଅଛୁ

ଏ ସାରା ଅରଣ୍ୟ

ଆଖି ତୋର ଭିଜା ଭିଜା

ଅଦିନ ଶ୍ରାବଣ 


ଏକାକିନୀ ତୁ ବି ଆଜି

ମୁଁ ବି ତ ଏକା

ନ କହିଲେ ବି ବୁଝୁଛି

ତୋ ଅକୁହା କଥା 


ବିରହରେ ଜର ଜର

ତନୁ ମନ ଦୁହିଙ୍କର

ହେ ଚଢେଇ ବନ୍ଧୁ ମୋର 

ଆ.....

ବାଣ୍ଟିନେବା ଦୁ8ଖ ପରସ୍ପର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy