STORYMIRROR

Sarada Parida

Inspirational Fantasy

2  

Sarada Parida

Inspirational Fantasy

ତଥାପି ମୋ ଗାଁ ହସେ

ତଥାପି ମୋ ଗାଁ ହସେ

1 min
12.5K


ଆସୁନି ତ ଆଉ ପବନେ ସୁବାସ

ଗାଁ କିଆ ଗୋହିରୀରୁ

ଶୁଭୁନି ତ ଆଉ ହରି ନାମ କାହିଂ

ଭାଗବତ ଟୁଙ୍ଗୀ ଘରୁ

କୁମ୍ଭାର ଗଢୁନି ମାଟିର ସୁରେଇ

କମାର ଗଢୁନି ଦା’ ଆ’

କଂସାରୀ ଗଢୁନି ପିତ୍ତଳର କଂସା

ନାଉରୀ ବାଉନି ନା

କସରା କଦଳା ନାହାନ୍ତି ଗୁହାଳେ

ନାହଁ ସେ ନଳିତା କ୍ଷେତ

ନାହିଁ ତ ମାଣ୍ଡିଆ ଗହୀର ବିଲରେ

ନାହିଁ ସେ କପୋତ ସୁତ ।

ବଣ ମଲ୍ଲୀ ଆଉ ଫୁଟେ ନାହିଁ ଏଠି

ବାଡି ବାଡ ଦାଢେ ଦାଢେ

ପଡେ ନାହିଁ ପଡା ପତର ଦୁଆରେ

ଖାଲି ନାମ ମାତ୍ରେ ପିଣ୍ଡ ପଡେ

ତଥାପି ଆପଣା ତା ମାଟି ବାସନା

ନିଜର ନିଜର ବାସେ

ପଡିଆ ବିଲରେ ଦଣ୍ଡା ବାଳୁଙ୍ଗାରେ

ତଥାପି ମୋ ଗାଁ ହସେ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational