STORYMIRROR

SUSHIL MAHAPATRA

Inspirational

3  

SUSHIL MAHAPATRA

Inspirational

ଠାକୁରେ

ଠାକୁରେ

1 min
255

କେଉଁ ଉପାଦାନେ ଗଢ଼ିଲ ଠାକୁରେ 

     କାହିଁକି ଏମିତି କଲ ।


ନଥିଲା ଯୋଗ୍ୟତା ଯଦି ମୋ ଯାତକେ 

    କାହିଁକି ଜନମ ଦେଲ? 


ଏତେ ସ୍ୱାଭିମାନୀ କରି ମୋତେ ପୁଣି 

    କରୁଛ ତ ହୀନିମାନ, ।


ମୋହର ଉତ୍ତର ଦେଇ ନପାରିଲେ 

    ଦିଅ ନାହିଁ ଅପମାନ I


 ତୁମେ ପରା ପ୍ରଭୂ ବ୍ରହ୍ମାଣ୍ଡ ଠାକୁର 

    ସଭିଙ୍କୁ ସମାନ ଦେଖ ।


 ମୋ ବେଳରେ କାଇଁ ଏମିତି କରୁଛ  

    ତୁମ ମାନ ତୁମେ ରଖ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational