STORYMIRROR

Sunanda Mohanty

Romance

4  

Sunanda Mohanty

Romance

ତୃଷା

ତୃଷା

1 min
242

ନାୟିକାର ନାମ ଶ୍ରାବଣୀ ଏଠାରେ 

ନାୟକ ଏଠାରେ ମେଘ ନା ବର୍ଷା 

ନାୟିକା ଖୋଜିଲେ ଫଗୁବନେ ରଙ୍ଗ 

ନାୟକ ଆଖିରେ ଅନେକ ତୃଷା 


ନାୟିକା ପିନ୍ଧିଲେ ପାଦରେ ଘୁଙ୍ଗୁର 

ନାୟକ କରୁନି କାହିଁକି ଇର୍ଷା 

ପଚାରେ ମହ୍ଲାର ବାଦଲକୁ ଥରକୁ ଥର 

ଜୀବନର ନାମ କି ଲୋକହସା 


    କଳଙ୍କିତ ସେଇ ନାୟକ ମଥାରେ 

କଳଙ୍କର ଟୀକା କେତେ ଭରସା 

କଳଙ୍କକୁ ଯିଏ ତିଳକ କରିଛି 

କଳଙ୍କ ସାଜିଛି ଆଜି ଅଭିପ୍ସା 


କଳଙ୍କରୁ ଯଦି କଳା ସୃଷ୍ଟି ହେଲା 

ନାୟକ ନାୟିକା ଆଖି ଝଲସା 

     ନାୟିକା ମଥାରେ କଳଙ୍କର ଟୀକା 

ଜାଗାଏ ନାୟକ ମନରେ ଆଶା 


ନାୟିକା ଆଖିରେ କଳଙ୍କ କଜ୍ଵଳ 

ନାୟକ ମନରେ କେତେ ନିରାଶା 

ନାୟିକା ବେଣୀରେ କଳଙ୍କ ଗଜରା 

ନାୟକ ସ୍ପର୍ଶରେ ମଉଳେ ଦିଶା 


ନାୟକ ନାୟିକା ଗୋଟିଏ ବହିର 

ପ୍ରଥମ ଓ ଶେଷ ପୃଷ୍ଠା ମିଶ୍ରଣରେ 

ଲଲପାନବିବି ଓ କଳାପାନ ବାଦଶା

ହୋଲିର ରଙ୍ଗରେ ରଙ୍ଗିଲା ଦୁହେଁ 

କଳଙ୍କ କାଳିମା ଛାଡି ହୋଲିର ତୃଷା l


Rate this content
Log in

Similar oriya poem from Romance