STORYMIRROR

Prabhanjana Tripathy

Inspirational

4  

Prabhanjana Tripathy

Inspirational

ତରଳି ଗଲା

ତରଳି ଗଲା

1 min
502


ତରଳି ଗଲା

ନା ନା 

ଶକ୍ତ କର ବଜ୍ର ବାହୁ

ପଥର ସମ ଟାଣ,

ଭାଙ୍ଗି ଜାଉ ତରଳ ପଣ

ଶକ୍ତ ଦେହ ରହୁ ।।

ପାଷାଣ ଫାଟୁ

ତରଳି ଜାଉ

ଲଶା ବାହାରୁ ଝରୁ

ଶକ୍ତି ଦେଖି ଶତ୍ରୁ ଡରୁ

ଡରି ଡରିକି ମରୁ ।।

ଭାବନା ଥାଉ

ଦେଶର ପାଇଁ

ପରର ପାଇଁ ହୃଦ

ଅନ୍ୟାଶରେ ସେବା କର

ନ କରି କୂଟ ବାଦ ।।

ଶତ୍ରୁ ହେଉ ମିତ୍ର ସମ

ମିତ୍ର ଦେଉ ଲହୁ

ଲହୁ ରେ ଲହୁ 

ମିଶ୍ର ହେଉ

ଝରୁ ହୃଦୟେ ମହୁ ।।

ତିକ୍ତ ହେଉ ଘୃଣା ଭବନା

ରିକ୍ତ ହେଉ ପାପ

ମୁକ୍ତ ହେଉ ସ୍ନେହ ବିଶ୍ୱାସ

ବିଶ୍ୱାସ ହେଉ ଜପ ।।

କୁକୁର ଭଳି ବିଶ୍ୱାସୀ ହୋଇ

କୁକୁଟ ସମ ନୀତି

ଗଧର ସମ ଶ୍ରମ କରି

ସିଂହର ସମ ଗତୀ ।।

ପବନ ସମ ପ୍ରତାପୀ ହୋଇ

ଜଳର ସମ ସେବା

ଧରତ୍ରୀ ସମ ସହନଶୀଳ

ହୃଦ-ଆକାଶ ହେବା ।।

ନାରୀଙ୍କୁ ଦେଇ ଉଚ୍ଚ ସମ୍ମାନ

ବଡ଼ଙ୍କୁ ଦେବା ଭକ୍ତି,

ବଡ଼ ଆଶିଷ ଦେବ ନିଶ୍ୱାସ

ଦେବତା-ଥିବ ଭକ୍ତି ।।

ଗୁରୁଙ୍କୁ ସଦା ଭକ୍ତି କରି

ଓଟାରି ନେବା ଜ୍ଞାନ

ଗୁରୁ ଆଶିଷ ବଡ଼ ବିଶ୍ୱାସ

ମୃତ ପାଏ ପ୍ରାଣ ।।

ଗଛ ଲଗାଇ ପ୍ରଦୂଷଙ୍କୁ

ସୁରକ୍ଷା ଦେଉଥିବା,

ଗୋଟିଏ ବର୍ଷ 

ଗୋଟାଏ ଗଛ

ଜାଗ୍ରତେ ସେବା ଦେବା ।।

ଜରି ଅଳିଆ 

ସଫା ରଖି

ଦେଶକୁ କର ଗୁଣୀ

ଦେଶ ହସିଲେ

ଆମେ ହସିବା

ମା ମୋ ଜନ୍ମ ଭୂମି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational