STORYMIRROR

sushama Parija

Abstract

2  

sushama Parija

Abstract

ତ୍ରିଶଙ୍କୁ ଜୀବନ

ତ୍ରିଶଙ୍କୁ ଜୀବନ

1 min
354


ବେଳେ ବେଳେ କିଛି କଥା, କିଛି ଶବ୍ଦ

ତୀକ୍ଷ୍‌ଣ ଧାରଥିବା ଛୁରୀଟିଏ ହୋଇ

ଟିକ୍ ଟିକ୍ କରି କାଟି ପକାନ୍ତି

ଛାତି ଭିତର ର କଲିଜା ଟାକୁ

ଯନ୍ତ୍ରଣାକ୍ଳିଷ୍ଟ ହୃଦୟ ରୁ ନିଗିଡି ଆସୁଥିବା

 ଲହୁ ସବୁ ଲୁହ ହୋଇ ବୋହି ଯିବା ଲାଗି ଆସି

 ଅଧା ବାଟରୁ ଲେଉଟି ଯାଆନ୍ତି ଆଖି ପତା ପାଖରୁ

କାହିଁକି ନା, ସେଠି ସାମାଜିକ ସଂଭ୍ରମ ର

ଚାବୁକ୍ ଟିଏ ଧରି ବାଟ ଓଗାଳି

ଠିଆ ହୋଇଥାଏ ବିବେକ


ଲୁହ ମାନେ ବାଷ୍ପ ହୋଇ ରୁନ୍ଧି ପକାନ୍ତି

କୋହରେ ଉବୁଟୁବୁ ହେଉଥିବା ଗଳାକୁ

ଆକ୍ତା ମାକ୍ତା ହୋଇ ଯାଏ ପାର୍ଥିବ ପ୍ରାଣ

ଆଃ, ଖୁବ୍ ଯନ୍ତ୍ରଣାଦାୟକ ଏଇ ତ୍ରିଶଙ୍କୁ ଅବସ୍ଥା

ନା କହିହୁଏ, ନା ସହିହୁଏ, ଏକ ସ୍ଥାବର ପଣିଆ

ଗ୍ରାସ କରିଯାଏ ସମଗ୍ର ସତ୍ତା କୁ


ଶ୍ରୁତି ପଟଳରେ ବାର ବାର ଅନୁରଣିତ 

ହେଉଥାନ୍ତି ଶବ୍ଦ ମାନେ , ମୁନିଆଁ କଣ୍ଟା ଭଳି

ଫୁଟି ଯାଇ ଆଘାତ ଦେଉଥାଆନ୍ତି

ଆଃ, ଏମିତି ହସ ନାଇଁ , ଏମିତି ବସ ନାଇଁ

ଏମିତି କଥା କୁହ ନାଇଁ, ଇତ୍ୟାଦି ଇତ୍ୟାଦି

କଟକଣା ସବୁ ଅହରହ କ୍ଷତ ବିକ୍ଷତ କରୁଥାନ୍ତି

ଅବ୍ୟକ୍ତ ଯନ୍ତ୍ରଣା ରେ ଛଟପଟ ହେଉଥିଲେ ବି

ମୁହଁ ରେ ମିଛି ମିଛିକା ହସ ମାଖିବାକୁ ପଡେ

ଏତିକି ବି କହି ହୁଏ ନାଇଁ ଯେ ,”ଆରେ ବାବା 

ଯଦି ଆମ ନିଜ ଇଚ୍ଛା ମୁତାବକ ବଞ୍ଚି ପାରିବୁନି 

ତେବେ ଆମ ଇଚ୍ଛା ମୁତାବକ ମରିବାକୁ ତ ଦିଅ

ଖୁବ୍ ଅସହ୍ୟ ହେଉଛି ଏଇ ତ୍ରିଶଙ୍କୁ ଜୀବନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract