STORYMIRROR

Prakash Kumar Chand

Romance

3  

Prakash Kumar Chand

Romance

ତୋର ସେ କୁଆଁରୀ ମନ

ତୋର ସେ କୁଆଁରୀ ମନ

1 min
13.7K



କାହା ପାଇଁ ତୁହି ସଜ ହେଉ ଵସି

ଏକା କରି ରାତି ଦିନ

କାହା ପାଇଁ ତୁହି ସାଇତି ରଖିଛୁ

ତୋର ସେ କୁଆଁରୀ ମନ ।।


କାହା ପାଇଁ ଜାଳୁ ମନ୍ଦିରେ ଦୀପାଳୀ

କରୁ ଶହେ ମାନସିକ

କାହା ପାଇଁ ତୁହି ଭାବନା ରାଇଜେ

କଷୁଛୁ ଅଛିଣ୍ଡା ଅଙ୍କ

କାହା ହାତ ଧରିବୁ ମାଟିର ବେଦିରେ

ସତ ହେଵ ତୋର ସ୍ୱପ୍ନ ।

କାହା ପାଇଁ ତୁହି......


ଛାତି ତଳ ସେଇ ଟିକି ଇଲାକାରେ

କା ପାଇଁ ତୋଳିଛୁ ଘର

ମନ ମନ୍ଦିରରେ ହେଵ ସେ ଦେବତା

ହେବୁ ପୂଜାରିଣୀ ତାର । ।

କିଏ ଅଟେ ସେଇ ବିଦେଶୀ ବଣିକ

କିଣି ନଵ ତୋର ମନ

କାହା ପାଇଁ ତୁହି .....


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୪୯୩୮.୭୦୦୮୯୨୫୯୫୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance