STORYMIRROR

Kalandi pal

Inspirational

4  

Kalandi pal

Inspirational

ତୋର ଅଣସର ଚଉଦ ଦିନକୁ

ତୋର ଅଣସର ଚଉଦ ଦିନକୁ

1 min
237

ତୋର ଅଣସର ଚଉଦ ଦିନଜୁ

      ମୋପାଇଁ ଦେଢ଼ ବରଷ.

ତୋର ଦୁଃଖ ଠାରୁ ମୋ ଦୁଃଖ ବଳିଲା

       ବୁଝିବ କେ ପୀତବାସ.


ତୋର ଅଣସରେ ରତନ ପଲଙ୍କ

       ମୋ ପାଇଁ ଦଉଡି ଖଟ.

ଷାଠିଏ ପଉଟି ଲଷ୍ମୀଙ୍କ ରାନ୍ଧଣା

        ଉପାସ ରହେ ମୋ ପେଟ.

କେତେ ଜଡିବୁଟି ବଇଦ ତୋ ପାଶେ

        ନାହାଁନ୍ତି କେ ମୋର ପାଶ.


ଭଣ୍ଡାର ମାଲିକ ଜଗତରେ ଟେକ

        କପର୍ଦକ ଶୂନ୍ୟ ମୁହିଁ.

ଦେଢ଼ ବରଷ ମୁଁ କେମିତି କାଟିଛି

        ଥରେ ଦେଏ ମୋତେ ଚାହିଁ.

ଚାହାଁଣୀରେ ତୋର ଦୁଃଖ ଯିବ ମୋର

        ହେବ ନାହିଁ ତୋର ଦୋଷ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational