STORYMIRROR

Mamatamanjari Das

Abstract Romance

4  

Mamatamanjari Das

Abstract Romance

ତୋ ସ୍ମୃତିର ଅଳିଆ ଗଦାରେ

ତୋ ସ୍ମୃତିର ଅଳିଆ ଗଦାରେ

1 min
230

କେଜାଣି କାହିଁକି ଏମିତି ହୁଏ

ତୋ'କଥା ନିତି ମନେ ପଡୁଥାଏ

ପ୍ରତିଟି ମୂହୁର୍ତ୍ତ ମୋର କଟେ ତୋ'ଭାବନାରେ

ତୋ'ରୂପ ଝଲସେ ମୋର

ଖିଆଲି ସ୍ୱପ୍ନରେ .... ।


ତୁ'ଆସିଥିଲୁ କିରଣଟେ ହୋଇ

ମୋ ପାହାନ୍ତିଆ ସକାଳରେ

କେତେ ରୂପେ ତୋତେ ଆଙ୍କିଦେଇ ଥିଲି

ମୋ ଜୀବନ ପୃଷ୍ଠା ପରେ ......।


ଏବେ କିନ୍ତୁ ତୁ'ସୀମିତ ଅଛୁ

ମୋ କବିତା ପୃଷ୍ଠାରେ

ମୋ ଆଖିର ପ୍ରତି ପଲକରେ

ଆଉ ମୋ ହୃଦୟର ପ୍ରତି ସ୍ପନ୍ଦନରେ ....।  


ଦିଗ ହଜା ପକ୍ଷୀଟିଏ ମୁଁ ଆଜି

ଖୋଜେ ତୋତେ ପ୍ରତି- 

କୋଣେ ଅନୁକୋଣେ

ତୁ ଯୋଉଠି ବି ଥାଆ....

ମୋ କଥା ଖାଲି ଏତିକି ତୁ'ଜାଣେ ।


ଆଜି କାଲି ହୋଇ ଦିନ ମୋର ବିତେ

ରହି ଖାଲି ତୋ' ଭାବନା ଭିତରେ

କଳ୍ପନାରେ ଆଙ୍କେ ତୋର ଛବି

ପୁଣି ସାରା ସାରା ରାତି

ରଖେ ତୋତେ ଆଖିରେ ଆଖିରେ

ସରିଯାଏ ଦିନ ମୋର 

ତୋ' ସ୍ମୃତିର ଅଳିଆ ଗଦାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract