STORYMIRROR

Sunanda Mohanty

Abstract Others

4  

Sunanda Mohanty

Abstract Others

ତୋ ଛୁଆଁ ନିଆରା

ତୋ ଛୁଆଁ ନିଆରା

1 min
359


ତୋ ହାଲକା ହାଲକା

ଛିଟାର ବରଷା ଧାରା

ତୁ ଫୁଲକା ଫୁଲକା

ଶବ୍ଦର ଶ୍ରାବଣ ପରା

ତୋ ଝିଲକା ଝିଲକା

ପାଣିରେ ମେଘ ନିଆରା

ତୋ ଝୁମକା ଝୁମୁକା

ପାଦରେ ମୌସୁମୀ ପସରା

ତୁ ଆକାଶରେ ଝୁମି ଝୁମି

ମତୁଆଲି ବରଷ ସାରା

ଶ୍ରାବଣରେ ଖିଲି ଖିଲି

ବରଷା ତୁ ପଧାରୁ ଧରା

ତୋର ମେଘାମ୍ବରୀ ପାଟରେ

ଛଲକା ଛଲକା ଚୁଆ ପସରା

ତୁ ଚୂଲୁବୁଲି ଆସୁ ଝୁଲି ଝୁଲି

ରୋଷଣୀ ଆସରା

ତୁ ଲଘୁଚାପ ଫୁଲି ଫୁଲି

 ମୂଷଳ ବରଷା ଧାରା

ତୁ ଖେଳି ଖେଳିକା ଚଉକା ଛକା

ଦେଉ ଇସାରା

ତୋ ରିମ ଝିମ ଝୁପୁ ଝୁପୁ

ମେଘ ଶବ୍ଦ ମଖମଲ୍ଲୀ ଚେହେରା

ତୁ ବରଷାର ଗଜଲ ମେଘ ତୋ ଗାୟିକା

 ଛମ ଛମ ପ୍ରୀତି ଗଜରା

ତୁ ଫୁଲି ଫୁଲି ଯାଉ ଝୁଲି

ସମୁଦ୍ରରେ ମିଶିବା ସାରା

ତୋ ରଙ୍ଗ ଢଙ୍ଗ ବାଗ ସାଗ

ମେଘର ଘର ବରଷା ପରା

ଫୁଲ ଫୁଲେ ପକ୍ଷୀ ଉଡି ବୁଲେ

କେତକୀ କିଆ ତୋଳିବ ପାରା

ବରଷା ଗାଏ ଓଡିଶୀ ମେଘ ଗାଏ ଚମ୍ପୁ

 ମୌସୁମୀ ପିନ୍ଧି ଘାଗରା ।


Rate this content
Log in

Similar oriya poem from Abstract