ତୋ 'ବିନା
ତୋ 'ବିନା
1 min
213
ଶାରଦୀ ଶରତେ ମାଆ ସିନା ହସେ
ପାର୍ବଣ ସମ୍ଭାରେ ମଜ୍ଜି,
ତୋ'ବିନୁ ହଜିଛି ମୋ'ସୁଖ ସମ୍ଭାର
ମନ ଆନମନା ଆଜି ।
ଜୀବନ ଫସିଛି ଚକାଭଉଁରୀରେ
ସଂଘର୍ଷ ହୋଇଛି ବ୍ରତ
ନିଦାଘେ ସିଜୁଛି ମନ ଯଉବନ
ହୃଦୟଟା ଆନ୍ଦୋଳିତ ।
ସଞ୍ଜ ଯେବେ ଆସି ବଖାଣଇ ବସି
ଶରତର ହାବଭାବ
ଭିଜିଲା ନୟନେ ଦୃଶ୍ୟମାନ ହୁଏ
ତୋର ସେଇ ସଜବାଜ ।
ପୂଜା ମଣ୍ଡପରୁ ଶଙ୍ଖ ଧ୍ବନି ଶୁଭେ
ଦୁର୍ଗା ଆବାହନୀ କରି
ଆନ୍ଦୋଳିତ ମନ ତୋ'ସୁଖ ମନାସେ
ମାତା ପଦ ସ୍ମରି ସ୍ମରି ।